ପୂର୍ବତନ ସରପଞ୍ଚଙ୍କ ପୁଅକୁ ପିଟିପିଟି ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 18, 2019

ପୂର୍ବତନ ସରପଞ୍ଚଙ୍କ ପୁଅକୁ ପିଟିପିଟି ମାରିଦେଲେ

ଛତ୍ରପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରିପଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପୁଅଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସୁଶାନ୍ତ ନାୟକ।  ସୁଶାନ୍ତଙ୍କ ଦୁଇ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି।  ସେମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ପୂର୍ବତନ ସରପଞ୍ଚ ଦଣ୍ଡପାଣି ନାୟକଙ୍କ ପୁଅ ସୁଶାନ୍ତଙ୍କ ସମେତ ତାଙ୍କର ଦୁଇ ସହଯୋଗୀ ଆହତ ହୋଇଥିଲେ। ସେମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ।

ରାଜନୈତିକ ଶତ୍ରୁତାକୁ ନେଇ ଏହି ହତ୍ୟାକଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀ ବଡଇଚ୍ଛାପୁର ଗାଁର ବୋଲି ସୂଚନା ମିଳିଛି। ପୁଲିସ୍  ଘଟଣାର ତଦନ୍ତ କରୁଛି।

ଗଞ୍ଜାମର ଆଡିସିନାଲ୍ ଏସ୍‌ପି ସୀତାରାମ ଶତପଥୀ କହିଛନ୍ତି,“ ଗତକାଲି ସନ୍ଧ୍ୟାରେ ବଡଇଚ୍ଛାପୁର ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ତିନି ଜଣ ଆହତ ହୋଇଥିଲେ। ସେମାନଙ୍କୁ  ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ  ଡାକ୍ତର ଜଣଙ୍କୁ ମୃତଘୋଷଣା କରିଥିଲେ। ଗଣ୍ଡଗୋଳ ପରିସ୍ଥିତି  ନ ଉପୁଜିବା ପାଇଁ ଗାଁରେ ଫୋର୍ସ ମୁତୟନ କରାଯାଇଛି। ଘଟଣାର ତଦନ୍ତ  କରାଯାଉଛି।”



from Odisha Reporter http://bit.ly/2IpORWM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages