ପିଇବା ପାଣିରେ କାର୍ ଧୋଇବାରୁ କୋହଲିଙ୍କ ଉପରେ ଫାଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 9, 2019

ପିଇବା ପାଣିରେ କାର୍ ଧୋଇବାରୁ କୋହଲିଙ୍କ ଉପରେ ଫାଇନ୍‌

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବେ ଇଂଲଣ୍ଡରେ ଅଛନ୍ତି। ସେ ବିଶ୍ୱକପ୍ ଖେଳିବାକୁ ଟିମ୍ ସହିତ ସେଠାକୁ ଯାଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଦଳ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଆଜି ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ। ତେବେ ଏହା ଭିତରେ ହରିୟାଣାର ଗୁରୁଗ୍ରାମ ମ୍ୟୁନିସିପାଲିଟି ବିରାଟଙ୍କ ଉପରେ ୫୦୦ ଟଙ୍କା ଫାଇନ୍ କରିଛି।

ପିଇବା ପାଣିରେ କାର୍ ଧୋଇବାକୁ ନେଇ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ତାଙ୍କ ଉପରେ ଏହି ଫାଇନ୍ କରିଛନ୍ତି। ଅବଶ୍ୟ ଏ ଭୁଲ୍‌ ବିରାଟ ନିଜେ କରି ନାହାନ୍ତି। ତାଙ୍କର ଘରୋଇ ସହାୟକମାନେ ଏ ଭୁଲ୍ କରିଛନ୍ତି। ସେମାନେ ବିରାଟଙ୍କ କାର୍‌କୁ ପିଇବା ପାଣିରେ ଧୋଇଥିଲେ। ଆଉ ଏହା ଦେଖିବା ପରେ ବିରାଟଙ୍କ ପଡ଼ୋଶୀ ଘର ଲୋକେ ମ୍ୟୁନିସିପାଲିଟି ଅଫିସ୍‌ରେ ଯାଇ ଅଭିଯୋଗ କରିଥିଲେ।

ବିରାଟଙ୍କ ପଡ଼ୋଶୀମାନେ ଅଭିଯୋଗ କରିଥିଲେ ଯେ ତାଙ୍କ (ବିରାଟଙ୍କ) କାର୍‌ଗୁଡ଼ିକୁ ଧୋଇବା ପାଇଁ ହଜାର ହଜାର ଲିଟର ପିଇବା ପାଣି ନଷ୍ଟ କରାଯାଇଥିଲା। ତାଙ୍କ ଘର ବାହାର ଦେଇ ଯାଇଥିବା ପାଇପ୍‌ରୁ ଏହି ପିଇବା ପାଣିକୁ କାର୍ ଧୋଇବା କାର୍ଯ୍ୟରେ ବ୍ୟବହାର କରାଯାଇଥିଲା।

ବିରାଟଙ୍କ ଗୁରୁଗ୍ରାମ ବାସଭବନ ଡିଏଲ୍‌ଏଫ୍ ଫେଜ୍-୧ରେ ଅଛି। ଏହି ବାସଭବନରେ ତାଙ୍କର ୬ରୁ ଅଧିକ କାର ଅଛି।



from Odisha Reporter http://bit.ly/2KHqUff

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages