ଘରୋଇ ଉପାୟରେ ଛଡ଼ାନ୍ତୁ ମେକ୍‌ଅପ୍‌, ଦେଖା ଦେବ ନାହିଁ ପାର୍ଶ୍ୱ ପ୍ରତିକ୍ରିୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 18, 2019

ଘରୋଇ ଉପାୟରେ ଛଡ଼ାନ୍ତୁ ମେକ୍‌ଅପ୍‌, ଦେଖା ଦେବ ନାହିଁ ପାର୍ଶ୍ୱ ପ୍ରତିକ୍ରିୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ମହିଳା ସବୁ ବେଳେ ଅନ୍ୟମାନଙ୍କଠାରୁ ସୁନ୍ଦର ଦେଖା ଯିବାକୁ ଚାହାନ୍ତି। ଏଥିପାଇଁ ସେମାନେ ପାର୍ଟି କିମ୍ବା କୌଣସି ଫଙ୍କସନ୍‌କୁ ଯାଉଥିଲେ ମେକ୍‌ଅପ୍‌ ନେଇ ନିଜର ତ୍ୱଚାକୁ ସୁନ୍ଦର କରିଥାନ୍ତି। କେବଳ ପାର୍ଟି ନୁହେଁ ନିୟମିତ ଭାବେ ଅଫିସ୍‌ ଏବଂ କଲେଜ୍‌ ଗଲା ବେଳେ ମଧ୍ୟ ହାଲ୍‌କା ମେକ୍‌ଅପ୍‌ ନେଇଥାନ୍ତି। ପାର୍ଟିରୁ ଫେରିଲା ପରେ ଆମେ ଅଧିକାଶଂ ସମୟରେ ମେକ୍‌ଅପ୍‌ ଛଡ଼ାଇବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ କେମିକାଲ୍‌ର ବ୍ୟବହାର କରିଥାଉ।

ଅନେକଙ୍କ ତ୍ୱଚା ଏହି କେମିକାଲ୍‌ ପାଇଁ ଖରାପ ମଧ୍ୟ ହୋଇଥାଏ। ତାହାଲେ ଆଜି ଆପଣଙ୍କୁ ମେକ୍‌ଅପ୍‌ ଛଡ଼ାଇବାର କିଛି ଘରୋଇ ଉପାୟ ବିଷୟରେ କହିବୁ ।ଯାହାକୁ ବ୍ୟବହାର କରି ଆପଣ ସହଜରେ ମେକ୍‌ଅପ୍‌ ଛଡ଼ାଇ ପାରିବେ। ଏହା କଲେ ଆପଣଙ୍କ ତ୍ୱଚାରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ଦେଖା ଦେବ ନାହିଁ।

ଅଲିଭ୍‌ ତେଲ ଏବଂ ବାଦାମ ତେଲ

ଅଳ୍ପ ଅଲିଭ୍ ଅଏଲ୍‌ ଏବଂ ବାଦାମ ତେଲ ନେଇ ଚେହେରାରେ ମାଲିସ୍‌ କରନ୍ତୁ। ଏହା ପରେ ଟିସୁ ମାଧ୍ୟମରେ ମେକ୍‌ଅପ୍‌ ଛଡ଼ାନ୍ତୁ। ମେକ୍‌ଅପ୍‌ ଛଡ଼ାଇବା ପାଇଁ ଏହା ସବୁଠୁ ଭଲ ଉପାୟ। ଏହା କରିବା ଦ୍ୱାରା ମେକ୍‌ଅପ୍‌ ଛଡ଼ାଇଲା ପରେ ତ୍ୱଚା ଖରାପ ନହୋଇ ଚମକ ଆସିଥାଏ।

ବେବି ଅଏଲ୍‌ ଏବଂ ନଡ଼ିଆ ତେଲ

ବେବି ଅଏଲ୍‌ ଏବଂ ନଡ଼ିଆ ତେଲ ମେକ୍‌ଅପ୍‌ ଛଡ଼ାଇବା ପାଇଁ ଆଉ ଏକ ଭଲ ଉପାୟ। ଏହାକୁ ବ୍ୟବହାର କରି ଆପଣ ମେକ୍‌ଅପ୍‌ ଛଡ଼ାନ୍ତୁ। ବେବି ଅଏଲ୍‌ ତ୍ୱଚାରେ ଚମକ ଆଣିବା ସହ ମେକ୍‌ଅପ୍‌ର ଦ୍ୱାରା ତ୍ୱଚା ଖରାପ ହେବାରୁ ରକ୍ଷା କରିଥାଏ।

ଷ୍ଟିମ୍‌ ବ୍ୟବହାର କରନ୍ତୁ

ଷ୍ଟିମ୍‌ ବ୍ୟବହାର କରିବା ଦ୍ୱାରା ମଧ୍ୟ ମେକ୍‌ଅପ୍‌ ଛଡ଼ାଇ ହେବ। ଏକ ପାତ୍ରରେ ଗରମ ପାଣି ନେଇ ଚେହେରାକୁ ଗରମ ପାଣିର ବାମ୍ପ ଦିଅନ୍ତୁ। ଏହା କରିବା ଦ୍ୱାରା ଚେହେରାରେ ଥିବା ମୃତ କୋଷ ସହଜରେ ବାହାରି ଆସେ ଏଂ ମେକ୍‌ଅପ୍‌ ଭଲରେ ରିମୁଭ୍‌ ହୋଇଥାଏ।



from Odisha Reporter http://bit.ly/31Jr2Rw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages