ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆହୁରି ଦୁଇ ଦିନ ଏଭଳି ପାଗ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଆହୁରି କୁହାଯାଇଛି,“ ପଶ୍ଚିମ ଓଡ଼ିଶାରେ ହିଟ୍ ୱେଭ୍ ଜାରି କରାଯାଇଛି। ଦକ୍ଷିଣ ଓଡ଼ିଶାରେ ତାତି ସାଙ୍ଗକୁ ଅପରାହ୍ନରେ କାଳବୈଶାଖୀ ସମ୍ଭାବନା ହେବାର ସମ୍ଭାବନା ରହିଛି। ବାୟୁମଣ୍ଡଳରେ ଆର୍ଦ୍ରତା ବଢୁଥିବାରୁ ଅସହ୍ୟ ଗୁଳୁଗୁଳି ହେଉଛି।
ସୂଚନାଯୋଗ୍ୟ, ଓଡ଼ିଶାରେ ଗତକାଲି ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ରାଜ୍ୟର ଉତ୍ତପ୍ତ ସହର ଭାବେ ହୀରାକୁଦରେ ସର୍ବାଧିକ ୪୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁର ୪୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳ ଭୁବନେଶ୍ୱରରେ ୩୭.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
from Odisha Reporter http://bit.ly/2WrhDdb
No comments:
Post a Comment