ପାଟନା: ଅସହ୍ୟ ଗରମ ସାଙ୍ଗକୁ ବିହାରର ମୁଜାଫରନଗର ଓ ପଡ଼ୋଶୀ ଜିଲ୍ଲାରେ ଆକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମ୍ (ଏଇଏସ) ବେକାବୁ ହୋଇଛି। ଆଜି ନିଜେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ମୁଜାଫରନଗର ଯାଇ ଶ୍ରୀକୃଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ଥିତି ପରଖିଛନ୍ତି। ଗତକାଲି ଏହି ଏଇଏସ ରୋଗରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଅର୍ଥାତ୍ ଶନିବାର ସୁଦ୍ଧା ୧୫ ଦିନରେ ୯୫ ଛୋଟ ଛୁଆଙ୍କ ମୃତ୍ୟୁ ହୋଇଛି।
ସବୁଠୁ ବଡ଼ କଥା ହେଲା ମୁଜାଫରନଗର ସ୍ଥିତ ଶ୍ରୀକୃଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ କେଜ୍ରିଓ୍ୱାଲ ହସ୍ପିଟାଲରେ ଅଧିକ ସଂଖ୍ୟକ ରୋଗୀ ଭର୍ତ୍ତି ହେଉଛନ୍ତି। ଏହି ରୋଗରେ ପୀଡ଼ିତ ଥିବା ସମସ୍ତ ରୋଗୀଙ୍କ ବୟସ ୧୫ ବର୍ଷ ମଧ୍ୟରେ ବୋଲି ସୂଚନା ରହିଛି। ବିହାର ସରକାରଙ୍କ ରିପୋର୍ଟ ମୁତାବକ ମୋଟ ୨୨୦ ଜଣ ଏଇଏସ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରୁ ୬୨ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ଟିମ୍ ପହଞ୍ଚି ସ୍ଥିତି ଯାଞ୍ଚ କରୁଥିବା ଜଣାପଡ଼ିଛି।
ହାଇପୋଗ୍ଲାଇସିମିଆ ବା ରକ୍ତଚାପ ବହୁତ କମ୍ ରହିବାରୁ ଏପରି ମୃତ୍ୟୁ ହେଉଛି ବୋଲି ଡାକ୍ତରମାନେ କହିଛନ୍ତି। ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଛୋଟ ଛୁଆଙ୍କୁ ପ୍ରଥମେ ଜ୍ୱର ହେଉଛି ଓ ଏହାର ପ୍ରଭାବରେ ରୋଗୀ ପାଖରେ ମାନସିକ ଅସ୍ଥିରତା, କୋମା, ବିଚଳିତ ହେବା ଆଦି ଲକ୍ଷଣ ଦେଖିବାକୁ ମିଳିଛି।
from Odisha Reporter http://bit.ly/2XSkZro
No comments:
Post a Comment