ଗାଧୋଇବା ସମୟରେ ସାବୁନ ବ୍ୟତୀତ ଏହି ସବୁ ଜିନିଷ ବ୍ୟବହାର କରି ପାଆନ୍ତୁ ଗ୍ଲୋଇଂ ଚେହେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 21, 2019

ଗାଧୋଇବା ସମୟରେ ସାବୁନ ବ୍ୟତୀତ ଏହି ସବୁ ଜିନିଷ ବ୍ୟବହାର କରି ପାଆନ୍ତୁ ଗ୍ଲୋଇଂ ଚେହେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗାଧୋଇଲେ ଆମକୁ ଫ୍ରେଶ୍‌ ଲାଗିବା ସହ ଶରୀର ଓ ମନ ସୁସ୍ଥ ରହିଥାଏ। ଏହି ସମୟରେ ଆମେ ତ୍ୱଚାକୁ ସଫା କରିବା ପାଇଁ ସାବୁନ ସମେତ ବିଭିନ୍ନ କେମିକାଲ ପ୍ରଡକ୍ଟସ୍‌ର ବ୍ୟବହାର କରିଥାଉ। ହେଲେ ଆପଣ ଜାଣିଛନ୍ତି କି, ସାବୁନ ବ୍ୟତୀତ  କିଛି ଘରୋଇ ଜିନିଷ ବ୍ୟବହାର କରି ମଧ୍ୟ ଆମେ ଗ୍ଲୋଇଂ ତ୍ୱଚା ପାଇପାରିବା।  ଆସନ୍ତୁ ଜାଣିବା, ଏହି ବିଷୟରେ।

ବେସନ ଓ କ୍ଷୀରର ମିଶ୍ରଣ

ସପ୍ତାହରେ ୨ ଥର ଶରୀର ଓ ମୁହଁକୁ ସଫା କରିବା ଲାଗି ଆମେ ଏହି ଲେପର ବ୍ୟବହାର କରି ପାରିବା। ପ୍ରଥମେ କିଛି ବେସନ ସହ କ୍ଷୀର ମିଶାଇ ଏକ ଗାଢା ଲେପ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ପୁରା ଶରୀରରେ ଲଗାଇ କିଛି ସମୟ ଛାଡି ଦିଅନ୍ତୁ। ୧୫-୨୦ ମିନିଟ୍‌ ପରେ ଏହାକୁ ରଗଡିକୁ ଶରୀରକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାଦ୍ୱାରା ତ୍ୱଚାର ଡ୍ରାଏନେସ୍‌ ଦୂର ହେବ ଓ ରଙ୍ଗ ମଧ୍ୟ ଗ୍ଲୋ କରିବ।

କ୍ଷୀରକୁ ମଶ୍ଚରାଇଜର ଭାବେ ବ୍ୟବହାର କରନ୍ତୁ

ଗାଧୋଇବା ପୂର୍ବରୁ କ୍ଷୀରକୁ ତୁଳାରେ ଭିଜାଇ ଶରୀର ଓ ମୁହଁରେ ଲଗାନ୍ତୁ। କିଛି ସମୟ ଶୁଖିବାକୁ ଛାଡି ଦିଅନ୍ତୁ। କିଛି ସମୟ ପରେ ଏହାକୁ ଭଲ ଭାବେ ମସାଜ୍‌ କରି ଗାଧୋଇ ପଡନ୍ତୁ।

ସନ୍ଧବ ଲୁଣ, ଫିଟିକିରି

ଗାଧୋଇବା ପାଣିରେ ଏକ ଚାମଚ ସନ୍ଧବ ଲୁଣ ଓ କିଛି ଫିଟିକରି ମିଶାନ୍ତୁ। ଏହାଦ୍ୱାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ। ଏହାଦ୍ୱାରା ଶରୀରର ଥକାପଣ ମଧ୍ୟ ଦୂର ହୋଇଥାଏ।

ଗ୍ରୀନ୍‌ ଟି

ଗାଧୋଇବା ପାଣିରେ ୪-୫ଟି ଗ୍ରୀନ୍‌-ଟି ବ୍ୟାଗ୍‌ ମିଶାଇ ୨୦ ମିନିଟ୍‌ ଛାଡି ଦିଅନ୍ତୁ।  ଗ୍ରୀନ୍‌-ଟିରେ ଆଣ୍ଟି ଅକ୍ସିଡେଣ୍ଟ ଓ ଡିଟାକ୍ସିଫାୟାର ଗୁଣ ଭରି ରହିଛି। ଯାହାକି ତ୍ୱଚାକୁ କ୍ଲିନଜିଂ କରିବା ସହ ବୟସାଧୀକକୁ ମଧ୍ୟ ଲୁଚାଇ ଥାଏ।

ନିମ୍ବ ପତ୍ର

ପ୍ରଥମେ ୮-୧୦ଟି ନିମ୍ବପତ୍ରକୁ ଗରମ ପାଣିରେ ଫୁଟାଇ ଦିଅନ୍ତୁ। ଏହି ପାଣିକୁ ଛାଣି କରି ଗାଧୋଇବା ପାଣିରେ ମିଶାଇ ଦିଅନ୍ତୁ।  ଏହାଦ୍ୱାରା ତ୍ୱଚା କୁଣ୍ଡାଇ ହେବା, ଦୁର୍ଗନ୍ଧ ବାହାରିବା ଆଦି ସମସ୍ୟା ଦେଖା ଦେଇନଥାଏ।

କର୍ପୂର

ଗାଧୋଇବା ପାଣିରେ କିଛି କର୍ପୂରକୁ ଗୁଣ୍ଡ କରି ଭଲ ଭାବେ ମିଶାଇ ଦିଅନ୍ତୁ। କିଛି ସମୟ ଛାଡି ଦିଅନ୍ତୁ। ଏହା ମିଶିଗଲା ପରେ ସେହି ପାଣିରେ ଗାଧାନ୍ତୁ। ଦେଖିବେ, ଶରୀରର ପୀଡା ବହୁ ମାତ୍ରାରେ କମି ଯିବ।

ଗୋଲାପ ଜଳ

ଗାଧୋଇବା ସମୟରେ ୩-୪ ଚାମଚ ଗୋଲାପ ଜଳ ପାଣି ବାଲଟିରେ ମିଶାଇ ଦିଅନ୍ତୁ। ଏହି ପାଣିରେ ଗାଧୋଇଲେ ଏହାର ସୁବାସିତ ମହକରେ ଆପଣଙ୍କୁ ଫ୍ରେଶ୍‌ ଲାଗିବ ଓ ତ୍ୱଚା ମଧ୍ୟ ଗ୍ଲୋ କରିବ।



from Odisha Reporter http://bit.ly/2KwjRGK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages