ହାତୀ ଛୁଆର ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 9, 2019

ହାତୀ ଛୁଆର ମୃତଦେହ ଉଦ୍ଧାର

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କରଡ଼ା ପଞ୍ଚାୟତ ନୀଳମାଧବ ଜଙ୍ଗଲରେ ଏକ ଛୁଆ ହାତୀର ମୃତ୍ୟୁ ଘଟିଛି। ଦୁଇ ହାତୀ ମଧ୍ୟରେ ଲଢେଇ ବେଳେ ଛୁଆ ହାତୀଟି ଭିତରେ ପଶିଯିବାରୁ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଛୁଆ ହାତୀର ବୟସ ପ୍ରାୟ ଦେଢ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିଛି।  ଘଟଣାସ୍ଥଳରେ ତାକୁ ପୋଡ଼ିଦେଇଛି।  ଗତ ଶନିବାର ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।



from Odisha Reporter http://bit.ly/2Wu5t3e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages