ରଥଯାତ୍ରା ପ୍ରସ୍ତୁତି ନେଇ ଆଜି ବସିବ ଶେଷ ସମନ୍ୱୟ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 27, 2019

ରଥଯାତ୍ରା ପ୍ରସ୍ତୁତି ନେଇ ଆଜି ବସିବ ଶେଷ ସମନ୍ୱୟ ବୈଠକ

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀକ୍ଷେତ୍ରରେ ରଥଯାତ୍ରା ସୁରୁଖୁରରେ ସମ୍ପାଦନ ପାଇଁ ଆଜି ଶେଷ ସମନ୍ୱୟ ବୈଠକ ବସିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଆଇନମନ୍ତ୍ରୀ, ରାଜସ୍ୱମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ  ଯୋଗଦେବେ। ବୈଠକରେ ବରିଷ୍ଠ ପୁଲିସ ଅଧିକାରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ନିଜ ନିଜ ବିଭାଗର ଅଗ୍ରଗତି ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିବେ।

ବୈଠକରେ ରଥ ନିର୍ମାଣ ଠାରୁ ଆରମ୍ଭ କରି ଘୋଷଯାତ୍ରାର ନୀତିକାନ୍ତି ଓ ପୁରୀର ସାମଗ୍ରିକ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ। ପୂର୍ବରୁ ତିନିଟି ସମନ୍ୱୟ ବୈଠକ ଶେଷ ହୋଇଛି। ଗତ ୧୩ ତାରିଖରେ ହୋଇଥିବା ତୃତୀୟ ସମନ୍ୱୟ ବୈଠକରେ ୨୫ତାରିଖ ସୁ୍ଦ୍ଧା ସବୁ ବିଭାଗ ପ୍ରସ୍ତୁତ ରହିବା ସହ ନିଜ ନିଜର ଦାୟିତ୍ୱ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।



from Odisha Reporter https://ift.tt/2X69206

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages