ଚିଲିକାରେ ପର୍ଯ୍ୟଟକ ନେଇପାରିବେ ବୋଟ୍ ହାଉସ୍ ଓ ଫ୍ଲୋଟିଂ ରେଷ୍ଟୁରାଣ୍ଟର ମଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 6, 2019

ଚିଲିକାରେ ପର୍ଯ୍ୟଟକ ନେଇପାରିବେ ବୋଟ୍ ହାଉସ୍ ଓ ଫ୍ଲୋଟିଂ ରେଷ୍ଟୁରାଣ୍ଟର ମଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଆ ଓ ଆଣ୍ଡାମାନ୍ ଭଳି ଚିଲିକାରେ ଚାଲିବ କ୍ରୁଜ୍। ଏଥିସହିତ ଏଠାରେ କେରଳ ଭଳି ବୋଟ୍ ହାଉସ୍ ତଥା ଫ୍ଲୋଟିଂ ରେଷ୍ଟୁରାଣ୍ଟର ମଜା ନେଇପାରିବେ ପର୍ଯ୍ୟଟକ। ଏଥିପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ।

ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ୍ ଜୋନ୍ ମ୍ୟାନେଜ୍‌ମେଣ୍ଟ୍‌ ଦ୍ୱାରା ନିଯୁକ୍ତ କନ୍‌ସଲ୍‌ଟିଂ ଫାର୍ମ ପ୍ରସ୍ତୁତ କରିଥିବା ଏହି ମାଷ୍ଟର ପ୍ଲାନ୍ ସମ୍ପର୍କରେ ସଚିବାଳୟରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରମ୍ଭାରେ ୩୨ ଏକର ଓ ସାତପଡ଼ାରେ ୮୦ରୁ ୯୦ ଏକର ସରକାରୀ ଜମି ଚିହ୍ନଟ ହୋଇଛି। ଏହି ଅଞ୍ଚଳରେ ଭିତ୍ତିଭୂମି ବିକାଶ କରାଯିବ। ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ କରାଯିବ। ଏହି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଡ଼ ସହ ବେସରକାରୀ ସଂସ୍ଥାକୁ ଆକୃଷ୍ଟ କରିବା କାର୍ଯ୍ୟ କରିବ ପର୍ଯ୍ୟଟନ ବିଭାଗ।

ଆସନ୍ତା ବର୍ଷକ ମଧ୍ୟରେ ଭିତ୍ତିଭୂମି ପ୍ରସ୍ତୁତ କରି ମାଷ୍ଟର ପ୍ଲାନ୍ ଅନୁଯାୟୀ ସମସ୍ତ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା ପ୍ରକଟ କରିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।



from Odisha Reporter http://bit.ly/2EX7bUU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages