କୌଣସି ଦାମୀ କସ୍‌ମେଟିକ୍ ନୁହେଁ, ନଡ଼ିଆ ତେଲ ଫେରାଇ ଆଣିବ ତ୍ୱଚାର ଚମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 17, 2019

କୌଣସି ଦାମୀ କସ୍‌ମେଟିକ୍ ନୁହେଁ, ନଡ଼ିଆ ତେଲ ଫେରାଇ ଆଣିବ ତ୍ୱଚାର ଚମକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶରୀର ପାଇଁ ନଡ଼ିଆ ତେଲ ଖୁବ୍ ଉପକାରୀ। କାହିଁ କେତେ କାଳରୁ, ଶରୀରରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନଡ଼ିଆ ତେଲକୁ ବ୍ୟବହାର କରାଯାଉଛି। ଶରୀର ସହ ତ୍ୱଚାର ବିଭିନ୍ନ ସମସ୍ୟା ପାଇଁ ମଧ୍ୟ ନଡ଼ିଆତେଲ ବ୍ୟବହାର କରାଯାଏ।

ନଡ଼ିଆ ତେଲ ତ୍ୱଚା ପାଇଁ ପ୍ରାକୃତିକ ମଶ୍ଚରାଇଜର୍‌ ଭାବେ କାମ କରିଥାଏ। ଏହା ରୁକ୍ଷତାକୁ ହଟାଇ ତ୍ୱଚାରେ ଚମକ ଆଣିଥାଏ। ଏହାର ପ୍ରୟୋଗ ଦ୍ୱାରା ଚର୍ମ ରୋଗ, ଡର୍ମେଟାଇଟିସ୍‌, ଏକ୍‌ଜିମା ଓ ଜଳି ଯାଇଥିବା ତ୍ୱଚାରୁ ସୁରକ୍ଷା ମିଳିଥାଏ। ନଡ଼ିଆ ତେଲ, ଷ୍ଟ୍ରେଚ୍‌ ମାର୍କ ହଟାଇବାରେ ସାହାଯ୍ୟ କରିଥାଏ। ଆଜି ଆମେ ନଡିଆ ତେଲକୁ ବ୍ୟବହାର କରି କିପରି ସୌନ୍ଦର୍ଯ୍ୟ ବୃଦ୍ଧି କରିହେବ ତାହା ଜାଣିବା।

୧) ଚେହେରାରେ ବାରମ୍ବାର ନଡିଆ ତେଲ ଘଷିଲେ କ୍ଷତ ଚିହ୍ନ ମଧ୍ୟ ଦୂରେଇ ଯାଏ । କେବଳ ଏତିକି ନୁହେଁ ଖରାରୁ ଆସି ତ୍ୱଚାରେ ନଡ଼ିଆତେଲ ଲଗାଇଲେ ସନବର୍ଣ୍ଣ ମଧ୍ୟ ଭଲ ହୋଇଯାଏ।

୨) ଏଥିରେ ଆଣ୍ଟି-ଏଜିଙ୍ଗର ଗୁଣ ଥାଏ । ତେଲର କିଛି ବୁନ୍ଦା ନେଇ ଆଖି ପାଖରେ ମସାଜ୍ କରନ୍ତୁ। କିଛିଦିନର ବ୍ୟବହାର ପରେ ଡାର୍କ ସର୍କଲ ଏବଂ କୁଞ୍ଚପଣ ଦୂରେଇ ଯାଇଥାଏ।

୩) ଗାଧୋଇବାର ଦୁଇ ମିନିଟ୍ ପୂର୍ବରୁ ଶରୀରରେ ନଡିଆ ତେଲ ମାଲିସ୍ କରି ଥଣ୍ଡା ପାଣିରେ ଗାଧାନ୍ତୁ। ଏହା ଆପଣଙ୍କ ଶୁଖିଲା ଚର୍ମକୁ କୋମଳ କରିଥାଏ।

୪) ଚିନିରେ କିଛି ବୁନ୍ଦା ନଡିଆ ତେଲ ପକାଇ ସ୍କ୍ରବ୍ ଭଳି ବ୍ୟବହାର କରନ୍ତୁ, ଯାହାଦ୍ୱାରା ଡେଡ୍ ସ୍କିନ୍ ଏବଂ ଟାନିଙ୍ଗ୍ ସମସ୍ୟା ମଧ୍ୟ ଦୂର ହେବ।

୫)  ଝାଳରୁ ହେଉଥିବା ଘିମିରି ସମସ୍ୟା ମଧ୍ୟ ଏଥିଯୋଗୁଁ ଦୂର ହୋଇଥାଏ। କୁଣ୍ଡିଆ ସମସ୍ୟା ଥିଲେ ମଧ୍ୟ ଏହି ତେଲକୁ ବ୍ୟବହାର କରି ଆପଣ ଉପସମ ପାଇପାରିବେ

୬) ମେକଅପ୍  ବାହାର କରିବା ପାଇଁ ନଡିଆ ତେଲର ବ୍ୟବହାର ହୁଏ । ତୁଳାକୁ ତେଲରେ ବୁଡ଼ାଇ ଚେହେରାରେ ଘଷନ୍ତୁ, ସବୁ ମେକଅପ୍ ସଫା ହୋଇଯିବ।

୭) ଫଟା ଗୋଇଠି ଏବଂ ପାଦକୁ ସୁନ୍ଦର କରିବା ପାଇଁ ନଡିଆ ତେଲର ବ୍ୟବହାର ସର୍ବୋକୃଷ୍ଟ ଅଟେ। ଏଥିପାଇଁ ତେଲରେ ଚିମୁଟାଏ ହଳଦୀ ମଧ୍ୟ ପକାଇ ପାରିବେ। ଫଟା ଓଠ ପାଇଁ ମଧ୍ୟ ନଡିଆ ତେଲ ଭଲ କାମ କରେ ।



from Odisha Reporter http://bit.ly/2KXVnWy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages