ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଗୋଡ଼ଗୁଡ଼ ଗାଁରେ ଜଣେ ମହିଳା ତାଙ୍କର ଦୁଇ ଛୁଆଙ୍କୁ ବିଷ ପିଆଇବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଇ ଛୁଆଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁଇ ଛୁଆଙ୍କ ମଧ୍ୟରୁ ଝିଅକୁ ୫ ବର୍ଷ ହୋଇଥିବା ବେଳେ ପୁଅକୁ ୪ ବର୍ଷ ହୋଇଛି।
ମୃତ ମହିଳାଙ୍କ ନାଁ ସୀତା ମାଡ଼କାମୀ। ଦୁଇ ମାସ ତଳେ ରୋଗରେ ପଡ଼ି ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ତାଙ୍କର ଆର୍ଥିକ ସ୍ଥିତ ପୂରା ବିଗିଡ଼ି ଯାଇଥିଲା। ଭାରି ଅଭାବ ଅନଟନରେ ସେ ଚଳୁଥିଲେ। ତେଣୁ ସେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଥିବା ଗ୍ରାମବାସୀ କହିଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ସୀତା ଦୁଇ ଛୁଆଙ୍କୁ ବିଷ ପିଆଇବା ପରେ ନିଜେ ବିଷ ପିଇ ଦେଇଥିଲେ। ପିଲାଙ୍କ କାନ୍ଦ ଶୁଣି ପଡ଼ୋଶୀମାନେ ତାଙ୍କ ଘରକୁ ଆସିଥିଲେ ଓ ସୀତା ନିଜେ ବିଷ ପିଇବା ସହିତ ଛୁଆଙ୍କୁ ବିଷ ଦେଇଥିବା ଜାଣିବାକୁ ପାଇଥିଲେ। ତା’ପରେ ସେମାନେ ସୀତା ଓ ଦୁଇ ଛୁଆଙ୍କୁ ଡାକ୍ତରଖାନା ଆଣିଥିଲେ। ତେବେ ଡାକ୍ତରଖାନା ଆସିବା ବାଟରେ ହିଁ ସୀତାଙ୍କର ମୃତ୍ୟୁ ଘଟିଥିଲା।
from Odisha Reporter https://ift.tt/2FBONRZ
No comments:
Post a Comment