ବାହାରକୁ ବୁଲିବାକୁ ଯାଉଥିଲେ ବି ନିଜ ତ୍ୱଚାର ଯତ୍ନ ନେବାକୁ ଭୁଲନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 28, 2019

ବାହାରକୁ ବୁଲିବାକୁ ଯାଉଥିଲେ ବି ନିଜ ତ୍ୱଚାର ଯତ୍ନ ନେବାକୁ ଭୁଲନ୍ତୁ ନାହିଁ

ଭୁବନେଶ୍ୱର(ଓଡିଶା ରିପୋର୍ଟର):  ଖରା ଦିନରେ ଗରମରେ ଆଉଟପାଉଟ ହେବା ସହ ତତଲା ହାୱାରେ ଛଟପଟ ହେଉଥିବା ଲୋକେ ଏବେ ମୌସୁମୀ ଆସିବା ପରେ ଆଶ୍ୱସ୍ତି ହୋଇଛନ୍ତି। ମୌସୁମୀର ଶୀତଳ ପବନ ସେମାନଙ୍କ ଶରୀର ଓ ମନକୁ ଶାନ୍ତ କରି ଦେଇଛି।  ଏହି ସମୟରେ  ପ୍ରକୃତିର ମଜା ନେବାକୁ ବହୁ ଲୋକ ବାହାରି ପଡନ୍ତି ଲମ୍ବା ଟ୍ରିପ୍‌ରେ। ହେଲେ ଦୀର୍ଘ ସମୟ ଯାତ୍ରା କରିବା ପରେ ଆପଣ ହାଲିଆ ହୋଇପଡିଥିବା ବେଳେ ଆପଣଙ୍କ ସ୍କିନ୍‌ ମଧ୍ୟ ଡ୍ରାଏ ହେବା ସହ ଡଷ୍ଟ ଜମି ଝାଉଁଳି ପଡେ। ତେଣୁ ଭ୍ୟାକେସନର ମଜା ନେବା ସମୟରେ ମଧ୍ୟ ଚେହେରାର କିପରି ଯତ୍ନ ନେବେ ସେ ସମ୍ପର୍କରେ ଜାଣି ରଖନ୍ତୁ।

ଆପଣ ନିଜ ଇଚ୍ଛା ମୁତାବକ ପାହାଡ ଚଢନ୍ତୁ, ଅଥବା ସି-ବିଚ୍‌ରେ ବୁଲନ୍ତୁ ସବୁଠି ଆପଣଙ୍କୁ ପ୍ରଥମେ ନିଜ ସ୍କିନର ଯତ୍ନ ନେବା ଆବଶ୍ୟକ। ଆସନ୍ତୁ ଆପଣଙ୍କୁ କହୁଛୁ ଯାତ୍ରା ସମୟରେ କିପରି ଆପଣ ଆପଣଙ୍କ ସ୍କିନ୍‌ର ଯତ୍ନ ନେଇ ପାରିବେ। ଯାତ୍ରାରେ ଯିବାର ପୂର୍ବ ରାତିରୁ ତ୍ୱଚାରେ ଭଲ ଭାବେ ମଶ୍ଚରାଇଜର ଲଗାଇ ଦିଅନ୍ତୁ। ଏହାଦ୍ୱାରା ସ୍କିନ୍‌ ଡ୍ରାଏ ତଥା ଡ୍ୟାମେଜ ହୋଇ ନଥାଏ।

ଅତ୍ୟଧିକ ଗରମ ହେଉ ବ ନ ହେଉ, ନିଜ ସ୍କିନ୍‌ର ସୁରକ୍ଷା ଲାଗି ଆପଣ ସବୁବେଳେ ସନ୍‌ସ୍କ୍ରିନ୍‌କୁ ପାଖରେ ରଖନ୍ତୁ। ଟ୍ରିପ୍‌ରେ ଯିବା ବେଳେ ଆପଣ ଅଧିକାଂଶ ସମୟ ବାହାରେ ଅତିକ୍ରାନ୍ତ କରିବେ। ଏପରି ସ୍ଥିତିରେ ସୂର୍ଯ୍ୟକିରଣରୁ ଆପଣଙ୍କ ତ୍ୱଚାର ସୁରକ୍ଷା ଲାଗି ସନ୍‌ସ୍କ୍ରିନର ବ୍ୟବହାର କରିବାକୁ କେବେ ବି ଭୁଲନ୍ତୁ ନାହିଁ।

ବାହାରେ ବୁଲିବା ସମୟରେ ଆପଣଙ୍କ ସ୍କିନ୍‌ରେ ଧୂଳି ଓ ମଇଳା ଜମା ହୋଇଯାଇଥାଏ। ଏହାକୁ ଠିକ୍‌ ଭାବେ ସଫା ନ କଲେ ତ୍ୱଚାରେ ବ୍ରଣ ସମସ୍ୟା ସହ ଭାଙ୍ଗ ପଡିବା ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଏଥିଯୋଗୁ ଆପଣ ନିଜ ପାଖରେ ଏକ କ୍ଲିନଜର ରଖନ୍ତୁ। ଏହା ଆପଣଙ୍କ ଚେହେରାର ସମସ୍ତ ମଇଳା ସଫା କରି ଦେଇଥାଏ। ଫଳରେ ଆପଣଙ୍କୁ ଫ୍ରେଶ ଲାଗିବା ସହ ଆପଣଙ୍କ ତ୍ୱଚାରେ ମଧ୍ୟ ଚମକ ଆସିଥାଏ।



from Odisha Reporter https://ift.tt/2KOAT2T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages