ଚାଲିଛି ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ: ନାଚ, ଗୀତରେ ଦୁଲୁକୁଛି ସମ୍ବଲପୁର ସହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 8, 2019

ଚାଲିଛି ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ: ନାଚ, ଗୀତରେ ଦୁଲୁକୁଛି ସମ୍ବଲପୁର ସହର

ସମ୍ୱଲପୁର/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଲିଛି ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନର ଶୋଭାଯାତ୍ରା। ସେଥିପାଇଁ ଦୁଲୁକୁଛି ସମ୍ବଲପୁର ସହର। ନାଚ, ଗୀତ ଓ ବାଜାର ତାଳରେ ପୂରା ପରିବେଶ କମ୍ପୁଛି।

ବିବାହ ସଂପନ୍ନ ହେବା ପରେ ଶିବ-ପାର୍ବତୀ ମନ୍ଦିରକୁ ଫେରୁଛନ୍ତି। ସାଙ୍ଗରେ ବିରାଟ ପଟୁଆର ରହିଛି। ଗତ ରାତିରୁ ହିଁ ଏହି ଶୋଭାଯାତ୍ରା ବାହାରିଛି। ଏଥିରେ ହଜାର ହଜାର ଭକ୍ତ ତା’ ସାଙ୍ଗକୁ ବିଭିନ୍ନ ପାରମ୍ପରିକ ଓ ଆଧୁନିକ ନାଚ ଗୀତର ଦର୍ଶକ ମଜା ଉଠାଉଛନ୍ତି।

ପୌରାଣିକ ବିଶ୍ୱାସ ଅନୁସାରେ, ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କଲେ ବହୁ ପୁଣ୍ୟ ପ୍ରାପ୍ତି ହୋଇଥାଏ। ତେଣୁ ହଜାର ହଜାର ଭକ୍ତ ଏଥିରେ ସାମିଲ ହୋଇଥାନ୍ତି। ଏହି ଶୋଭାଯାତ୍ରା ସନ୍ଧ୍ୟା ଯାଏ ଚାଲିବ। ସନ୍ଧ୍ୟାରେ ମନ୍ଦିରରେ ଶିବ-ପାର୍ବତୀ ପ୍ରବେଶ କରିବା ସହିତ ଶୀତଳଷଷ୍ଠୀ ଯାତ୍ରା ଶେଷ ହେବ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କ ମଧ୍ୟ ବିବାହ ଉତ୍ସବ ସମ୍ପନ୍ନ ହୋଇଛି। ବିରାଟ ପଟୁଆରରେ ଆସି ମାତା ପାର୍ବତୀଙ୍କ ସହ ବିବାହ ସମ୍ପନ୍ନ ହୋଇଛି। ବାଜା, ବାଣ ଓ ରୋଷଣୀ ସହ ହଜାର ହଜାର ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପାରମ୍ପରିକ ସଂଗୀତ ଓ ନୃତ୍ୟରେ ରାଜଧାନୀର ପରିବେଶ ଦୁଲୁକି ଉଠିଥିଲା। ରାଜ୍ୟର ପାରମ୍ପରିକ ନୃତ୍ୟ ସହ ବିଭିନ୍ନ ରାଜ୍ୟର ପାରମ୍ପରିକ କଳାକାର ଏହି ଉତ୍ସବରେ ସାମିଲ ହୋଇଥିଲେ। ଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଯୁଗଳ ବେଶରେ ଦେବ ଦମ୍ପତ୍ତିଙ୍କୁ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ।



from Odisha Reporter http://bit.ly/2F2BbPs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages