ସୁନ୍ଦରୀ ପୋଲିଂ ଅଫିସର୍‌ଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 24, 2019

ସୁନ୍ଦରୀ ପୋଲିଂ ଅଫିସର୍‌ଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ୍‌

ମୁମ୍ବାଇ: ଲୋକସଭା ନିର୍ବାଚନ ସମୟରେ ହଳଦିଆ ଶାଢ଼ି ପିନ୍ଧା ପୋଲିଂ ଅଫିସର୍‌ଙ୍କ କଥା ଆପଣଙ୍କର ମନେ ଅଛି ନା। ତାଙ୍କର ଆଧୁନିକ ବେଶପୋଷାକ ପାଇଁ ନିର୍ବାଚନ ସମୟରେ ସେ ବହୁତ ଚର୍ଚ୍ଚାକୁ ଆସିଥିଲେ। ରୀନା ଦ୍ୱିବେଦି ନାମ୍ନୀ ଏହି ମହିଳାଙ୍କ ହଳଦିଆ ଶାଢ଼ି ପିନ୍ଧା ଫଟୋ ସେହି ସମୟରେ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା।

ଆମେ ଏଥିପାଇଁ ତାଙ୍କ କଥା କହୁଛୁ ଯେ, ଏବେ ପୁଣି ଥରେ ରିନା ଚର୍ଚ୍ଚାକୁ ଆସିଛନ୍ତି। କାରଣ ଏବେ ତାଙ୍କର ଏକ ଟିକ୍‌ଟକ୍‌ ଡ୍ୟାନ୍ସ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓକୁ ସେ ନିଜେ ସୋଶାଲ୍‌ ମିଡିଆରେ ଶେଆର୍‌ କରିଛନ୍ତି। ସେ ଭିଡିଓରେ ଏକ ହରିଆଣା ଭାଷାର ଗୀତରେ ଡ୍ୟାନ୍ସ କରୁଛନ୍ତି। ଭିଡିଓରେ ମଧ୍ୟ ସେ ଏକ ହଳଦିଆ ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତି। ହଳଦିଆ ଡ୍ରେସ୍‌ରେ ତାଙ୍କ ଠୁମ୍‌କା ଫ୍ୟାନ୍‌ମାନଙ୍କୁ ଖୁବ୍‌ ପସନ୍ଦ ଆସିଛି।

Reena Dwivedi यांनी वर पोस्ट केले रविवार, २६ मे, २०१९

ଆଗରୁ ସେଲିବ୍ରିଟି ହୋଇଥିବା ରୀନା ଏବେ ଆହୁରି ଫେମସ୍‌ ହୋଇଯାଇଛନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ମୋ ବିଷୟରେ ଚର୍ଚ୍ଚା ପାଇଁ ମୋ ପରିବାର ବହୁତ ଖୁସି। ବିଭିନ୍ନ ମିଡିଆ ଆସି ମୋର ସାକ୍ଷାତକାର ନେଉଛନ୍ତି। ଏବେ ମୋତେ ଏହି ସବୁ ଭଲ ଲାଗୁଛି।

ସୁଯୋଗ ମିଳିଲେ ଟେଲିଭିଜନ୍‌ର ଲୋକପ୍ରିୟ ଶୋ’ ବିଗ୍‌ବସ୍‌ରେ ଆସିବାକୁ ଚାହିଁବେ ବୋଲି ସେ କହିଥିଲେ। ରୀନାଙ୍କୁ ଭୋଜ୍‌ପୁରୀ ଫିଲ୍ମ ପାଇଁ ମଧ୍ୟ ଅଫର୍‌ ମିଳିଛି। କିନ୍ତୁ ସେ ତାଙ୍କ ପୁଅ ପାଇଁ ଏହାକୁ ମନା କରି ଦେଇଛନ୍ତି।

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ୨୦୦୪ରେ ପୂର୍ତ୍ତ ବିଭାଗରେ କାମ କରୁଥିବା ସଞ୍ଜୟ ଦ୍ୱିବେଦୀଙ୍କ ସହ ତାଙ୍କର ବିବାହ ହୋଇଥିଲା। କିନ୍ତୁ ୨୦୧୩ରେ ସଞ୍ଜୟଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କ ସ୍ୱାମୀଙ୍କ ଜାଗାରେ ରୀନାଙ୍କୁ ଚାକିରୀ ମିଳିଥିଲା। ତାଙ୍କର ୧୩ ବର୍ଷର ପୁଅ ମଧ୍ୟ ଅଛି। ରୀନା କୁହନ୍ତି ଛୋଟ ବେଳୁ ସେ ଫିଟ୍‌ ରହିବା ପାଇଁ ପସନ୍ଦ କରନ୍ତି। ସୁନ୍ଦର ଦିଶିବା ପାଇଁ ସେ ପୋଷାକ ମଧ୍ୟ ବହୁତ ଭାବିଚିନ୍ତି ଚୟନ କରିଥାନ୍ତି।



from Odisha Reporter http://bit.ly/2x8UoKW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages