ମୁମ୍ୱାଇ ଛାଡ଼ି ଆମେଠିରେ ଘର କରିବେ ସ୍ମୃତି ଇରାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 22, 2019

ମୁମ୍ୱାଇ ଛାଡ଼ି ଆମେଠିରେ ଘର କରିବେ ସ୍ମୃତି ଇରାନୀ

ଲକ୍ଷ୍ନୌ: ମୁମ୍ୱାଇ ମାୟାନଗରୀ ଛାଡ଼ି ଉତ୍ତର ପ୍ରଦେଶ ଆମେଠିରେ ନିଜ ଘର ପ୍ରତିଷ୍ଠା କରିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଆମେଠିରୁ ଚଳିତଥର ଲୋକସଭା ନିର୍ବାଚନ ଜିତିବା ପରେ ନିଜ ଘରର ଠିକଣା ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ଏହି ପୂର୍ବତନ ଟେଲି ସିରିଏଲ ଅଭିନେତ୍ରୀ। ଏଥିସହ ସେ ତାଙ୍କର ଭୋଟର ଲିଷ୍ଟରେ ମୁମ୍ୱାଇ ପରିବର୍ତ୍ତେ ଆମେଠି କରିବେ।

ଗତକାଲିଠୁ ନିଜ ନିର୍ବାଚନ ମଣ୍ଡଳୀର ଦୁଇ ଦିନିଆ ଗସ୍ତରେ ଅଛନ୍ତି ଆମେଠି ସାଂସଦ। ଏବି ଅବସରରେ ସେ ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟାଙ୍କ ଉପସ୍ଥିତିରେ ଆମେଠିରେ ନିଜ ଘର ପ୍ରତିଷ୍ଠା କରିବେ ବୋଲି ଘୋଷଣା କରିଛନ୍ତି। ଏବଂ ଆଗାମୀ ଦିନରେ ସେ ୟୁପିରେ ଭୋଟର ହେବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ କୌଣସି ସ୍ଥାନରେ ଭୋଟର ହେବାକୁ ହେଲେ ସେହି ସ୍ଥାନର ସ୍ଥାୟୀ ବାସିନ୍ଦା ହେବା ଦରକାର।

ଗତକାଲି ଆମେଠିର ପୂର୍ବତନ ସାଂସଦ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ମଧ୍ୟ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି ନାମଦାର (ପରୋକ୍ଷରେ ରାହୁଲ ଗାନ୍ଧି) ସାଂସଦ ହେବା ପରେ ଆମେଠିରେ ୫ ବର୍ଷ ପର୍ଯ୍ୟନ୍ତ ଦେଖାଦିଅନ୍ତିନି। ଆମେଠି ବାସୀ ଦିଲ୍ଲୀ ଯାଇ ତାଙ୍କ ସାଂସଦଙ୍କୁ ଖୋଜୁଥିଲେ।

ଚଳିତ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ୫୫ ହଜାର ୧୨୦ ଭୋଟରେ ହରାଇଛନ୍ଚି। ଏହାପରେ ଗାନ୍ଧି ପରିବାରର ଗଡ଼ ଭାବେ ପରିଚିତି ଥିବା ଏହି ନିର୍ବାଚନ ମଣ୍ଡଳୀକୁ ନିଜ ଅକ୍ତିଆରକୁ ନେଇଛି ବିଜେପି।

ଗତକାଲି ଜଣେ ଅସୁସ୍ଥ ମହିଳାଙ୍କୁ ତାଙ୍କ କନଭୟରେ ଥିବା ଆମ୍ୱୁଲାନ୍ସରେ ହସ୍ପିଟାଲକୁ ପଠାଇ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିଲେ। ଏବେ ସେ ଆମେଠିରେ ଘର କରିବେ କହି ୟୁପି ବାସୀଙ୍କ ହୃଦୟ ଜିତିବା ପାଇଁ ଚେଷ୍ଟା କରିଛନ୍ତି। ଏହା ପୂର୍ବରୁ ନିର୍ବାଚନ ଫଳାଫଳ ପରେ ତାଙ୍କର ସହଯୋଗୀ ସୁରେନ୍ଦ୍ରଙ୍କ ଶବ କାନ୍ଧେଇ ଚର୍ଚ୍ଚାକୁ ଆସିଥିଲେ ସ୍ମୃତି ଇରାନୀ।



from Odisha Reporter http://bit.ly/2ZEFt7j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages