ଫ୍ରାନ୍ସ: ବିଶ୍ୱସୁନ୍ଦରୀ ତଥା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଏବେ ନିଜ ଦେଢଶୁରଙ୍କ ବିବାହ ଲାଗି ବ୍ୟସ୍ତରେ ଅଛନ୍ତି। ଏଥିଯୋଗୁ ସେ ଫ୍ରାନ୍ସରେ ଶ୍ୱଶୁର ଘର ପରିବାର ସହ ଡେରା ପକାଇଥିବା ବେଳେ ସେଠାରେ ଖୁବ୍ ମସ୍ତି କରୁଥିବାର ଫଟୋ ଭାଇରାଲ ହେଉଛି। ପ୍ରିୟଙ୍କାଙ୍କ ଦେଢଶୁର ଜୋ ଜୋନସ୍ଙ୍କର ସୋଫି ଟର୍ନରଙ୍କ ସହ ଦ୍ୱିତୀୟ ଥର ବିବାହ ହେବାକୁ ଯାଉଛି। ସେମାନେ ପୂର୍ବରୁ ମେ’ ମାସରେ ଲସ୍ ବେଗାସ୍ରେ ଏକ ପ୍ରାଇଭେଟ ସେରିମନିରେ ପ୍ରଥମ ବିବାହ କରିଥିଲେ। ଏବେ ରାଜକୀୟ ଢଙ୍ଗରେ ପ୍ୟାରିସ୍ର ଏକ ମହଲରେ ଦ୍ୱିତୀୟ ବିବାହ କରିବାକୁ ସେଠାରେ ଡେରା ପକାଇଛନ୍ତି ।
ବିବାହ ନିକ୍ଙ୍କ ବଡ ଭାଇଙ୍କର ହେଉଥିଲେ ମଧ୍ୟ ଭାରତୀୟ ମିଡିଆର ନଜର ରହିଛି ପିସିଙ୍କ ଉପରେ। ପିସିଙ୍କ ଗ୍ଲାମରସ୍ ଆଉଟଫିଟ୍, ତାଙ୍କ ଲୁକ୍ ଓ ପରିବାର, ସ୍ୱାମୀଙ୍କ ସହ ମସ୍ତି ବେଳର ଫଟୋରେ ଖୁବ୍ ସୁନ୍ଦର ଲାଗୁଛନ୍ତି ଏହି ମିସ୍ ୱାର୍ଲ୍ଡ । ପ୍ୟାରିସ୍ରୁ ଯେତେ ବି ଫଟୋ ଲିକ୍ ହେଉଛି, ସବୁ ଫଟୋରେ ନୂଆ ଲୁକ୍ରେ ନଜର ଆସୁଛନ୍ତି ପ୍ରିୟଙ୍କା।
ସବୁଠୁ ଖାସ୍ ବିବାହ ଦିନ ପ୍ରିୟଙ୍କା ପୂରା ଦେଶୀ ଲୁକ୍ରେ ନଜର ଆସିଛନ୍ତି। ଏବେ ପର୍ଯ୍ୟନ୍ତ ୱେଷ୍ଟର୍ଣ୍ଣ ଲୁକ୍ରେ ନଜର ଆସୁଥିବା ପ୍ରିୟଙ୍କା ବିବାହ ଦିନ କିନ୍ତୁ ଭାରତର ପାରମ୍ପରିକ ଶାଢି ପିନ୍ଧି ଦେଖାଯାଇଥିଲେ।
ଫ୍ରାନ୍ସରେ ହେଉଥିବା ବିବାହରେ ପ୍ରିୟଙ୍କା ଏକ ଗୋଲାପି ରଙ୍ଗର ନେଟ ଶାଢି ସହ ବ୍ୟାକ୍ଲେସ୍ ବ୍ଲାଉଜ ପିନ୍ଧିଥିଲେ। ଏହା ସହ ମ୍ୟାଚିଙ୍ଗ ଗୋଲାପ ଫୁଲ ବି ସେ ନିଜ କେଶରେ ଲଗାଇଥିଲେ। ନିଜ ଦେଶୀ ଅବତାରରେ ପିସି ଖୁବ୍ ସୁନ୍ଦର ଲାଗୁଥିଲେ। ଭାଇ ବାହାଘରରେ ନିକ୍ ମଧ୍ୟ ବ୍ଲାକ୍ ସୁଟ ପିନ୍ଧି ଖୁବ୍ ଡ୍ୟାଣ୍ଡସମ୍ ଲାଗୁଥିଲେ।
from Odisha Reporter https://ift.tt/2YoEM1I
No comments:
Post a Comment