ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରା ଦିନିଆ ପରିବା ମଧ୍ୟରୁ ପୋଟଳ ପ୍ରାୟତଃ ସମସ୍ତଙ୍କ ଘରେ ରୋଷେଇ ହୋଇଥାଏ। ଏହି ପରିବାରେ ଭିଟାମିନ୍ ଏ, ବି ଏବଂ ଭିଟାମିନ୍-ସି ରହିଥାଏ। ଶରୀରର ଇମ୍ୟୁନିଟି ବଢ଼ାଇବାରେ ଏହା ସାହାଯ୍ୟ କରିଥାଏ। ଏଥିସହ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ମଧ୍ୟ ଭର୍ପୁର ରହିଥାଏ। ଏହି ଭିଟାମିନ୍ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହେବା ସହ ଏହା ଗ୍ୟାସ୍ ଜନିତ ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ। ତାହାଲେ ଆସନ୍ତୁ ଜାଣିବା ଏହି ପରିବା ଖାଇବା ଦ୍ୱାରା ଆଉ କ’ଣ କ’ଣ ଲାଭ ହୋଇଥାଏ।
୧, ଏହାକୁ ଖାଇବା ଦ୍ୱାରା ପେଟ ଦରଜ ଭଲ ହୋଇଥାଏ। ପେଟରେ ପାଣି ଜମିବା ସମସ୍ୟାରୁ ମଧ୍ୟ ଏହା ରକ୍ଷା କରିଥାଏ।
୨, ଏହାର ପତ୍ର ମଧ୍ୟ ବହୁତ ଉପକାରୀ ହୋଇଥାଏ। ଏହାର ପତ୍ରରେ ତିଆରି ଲେପ ଲଗାଇବା ଦ୍ୱାରା ଚର୍ମ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
୩, ପୋଟଳରେ ମ୍ୟାଗ୍ନେସିୟମ୍, ଫସ୍ଫରସ୍ ଭଳି ପୋଷକ ତତ୍ୱ ରହିଥାଏ। ଯାହା ହାଡ଼କୁ ମଜବୁତ୍ କରିଥାଏ।
୪, ପୋଟଳ ଖାଇବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ। ଏଥିରେ ଭରପୁର୍ ମାତ୍ରାରେ ଫାଇବର୍ ରହିଥାଏ। ଯାହା ପାଚନ କ୍ରିୟାକୁ ସୂଚାର ରୁପେ ସମ୍ପାଦନ କରିଥାଏ।
୫, ଆର୍ୟୁବେଦ ଅନୁସାରେ ଗ୍ୟାସ୍ ହେଲେ ମଧ୍ୟ ପୋଟଳ ଖାଇବା ଦ୍ୱାରା ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ।
୬, ପୋଟଳ ଚୋପାରେ ମଧ୍ୟ ଭିଟାମିନ୍ ରହିଥାଏ। ୧୦୦ ଗ୍ରାମ୍ ପୋଟଳ ଚୋପାରେ ୨୪ ପ୍ରତିଶତ କ୍ୟାଲୋରି ରହିଥାଏ। ଏହା ତ୍ୱଚା ପାଇଁ ମଧ୍ୟ ଉପକାରୀ ହୋଇଥାଏ।
୭, ଏହାକୁ ଖାଇବା ଦ୍ୱାରା ଥଣ୍ଡା ଏବଂ କବଜ୍ ସମସ୍ୟା ମଧ୍ୟ ଦୂର ହୋଇଥାଏ।
୮, ଏଥିରେ କ୍ୟାଲୋରି କମ୍ ଥିବାରୁ ଏହାକୁ ଖାଇଲେ କୋଲେଷ୍ଟରଲ୍ ବଢ଼ିବାର ଆଶଙ୍କା ନଥାଏ।
୯, ଏହା କେବଳ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନଥାଏ। ଏହା ତ୍ୱଚା ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ପୋଟଳ ଚୋପାକୁ ପେଷ୍ଟ କରି ଆପଣ ଫେସ୍ ପ୍ୟାକ୍ ଭାବେ ମଧ୍ୟ ବ୍ୟବହାର କରିପାରିବେ।
୧୦, ଅନେକ ଭାବନ୍ତି ପୋଟଳ ମଞ୍ଜି ଖାଇବା ଦ୍ୱାରା ଗ୍ୟାସ୍ ଏବଂ କୋଲେଷ୍ଟରଲ୍ ସମସ୍ୟା ହୋଇଥାଏ। କିନ୍ତୁ ଏହାର ମଞ୍ଜି ଏହି ଭଳି କିଛି ସମସ୍ୟା ସୃଷ୍ଟି କରେ ନାହିଁ।
from Odisha Reporter http://bit.ly/2ZNA7aa
No comments:
Post a Comment