ସତଭିଷା ଓ ସିମରନ ହେଲେ ‘ରଜ ରାଜକୁମାରୀ’  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 8, 2019

ସତଭିଷା ଓ ସିମରନ ହେଲେ ‘ରଜ ରାଜକୁମାରୀ’ 

ଭୁବନେଶ୍ୱର(ଓଡିଶା ରିପୋର୍ଟର ): ଓଡ଼ିଆ ସଂସ୍କୃତିରେ ରଜର ସ୍ଥାନ ସ୍ୱତନ୍ତ୍ର। କୁଆଁରି ଝିଅ ଏହି ପର୍ବରେ ୩ ଦିନ ଧରି ଭଳିକି ଭଳି ଡ୍ରେସ୍‌ ପିନ୍ଧି ସଜେଇ ହୋଇ ବୁଲିଥାନ୍ତି। ଏହି ପର୍ବକୁ ଆଉ ଟିକେ ମଜାଦାର କରିବାକୁ ଏଥର ଆୟୋଜିତ ହୋଇଯାଇଛି ‘ରଜ ରାଜକୁମାରୀ’ କାର୍ଯ୍ୟକ୍ରମ । ଏହି ଅବସରରେ ମଉଜ ମଜଲିସ ସହ ସେମାନଙ୍କ ମଧ୍ୟରେ ଟ୍ୟାଲେଣ୍ଟ ହଣ୍ଟ ଖୋଜିବାକୁ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଅଡିଟୋରିୟମରେ ଆୟୋଜିତ ହୋଇଛି ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ।

ନୃତ୍ୟ, ଗୀତ, ଫ୍ୟାଶନ ସହ ସାଧାରଣ ଜ୍ଞାନ ମାଧ୍ୟମରେ ଶେଷ ହୋଇଥିଲା ପ୍ରତିଯୋଗିତା। ଜୁନିୟର ଗ୍ରୁପ୍‌ରେ ସତଭିଷା ଦାସ ବିଜେତା ହୋଇଥିବା ବେଳେ ଅନିଷା ପାତ୍ର ପ୍ରଥମ ରନର୍ସ ଅପ୍‌, କାମ୍ପା ନାୟକ ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ସେହିପରି ସିନିୟର ବିଭାଗରେ ସିମରନ ଶର୍ମିଷ୍ଠା ଦାସ ୱିନର, ସ୍ୱାଗତିକା ତ୍ରିପାଠୀ ପ୍ରଥମ ରନର୍ସ ଅପ୍‌, ରୂପସା ଐଶ୍ଚର୍ଯ୍ୟା ମହାନ୍ତି ଦ୍ୱିତୀୟ ରନର୍ସ ଅପ୍‌ ଭାବେ ବିବେଚିତ ହୋଇଥିଲେ।

ମୁଖ୍ୟ ଅତିଥି ଭାବେ ଏମବିସି ଟିଭିର ମୁଖ୍ୟ ସମ୍ପାଦକ ବିଶ୍ୱନାଥ ଶତପଥୀ, ମୁଖ୍ୟ ପରିଚାଳକ ପ୍ରଶାନ୍ତ ରାଓ, ଗ୍ରୀନ ଚିଲିକାର ପରିଚାଳନା ନିର୍ଦ୍ଦେଶକ ଏମ୍‌ କେଶବ ରାଓ ଉପସ୍ଥିତ ଥିଲେ।

ଏଥିରେ ସାରା ଓଡ଼ିଶାରୁ ୧୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ବିଚାରକ ଭାବେ ଅଭିନେତା ପୁପିନ୍ଦର, ଅଭିନେତ୍ରୀ ପିଙ୍କି ପ୍ରିୟଦର୍ଶୀନି, ନୃତ୍ୟଶିଳ୍ପି ପୂଜା, ଉପସ୍ଥାପିକା ଆରଜେ ସ୍ମିତା ପାଣିଗ୍ରାହୀ, ସେଲଫିସ୍‌ ଦିଲ୍‌ର ଅଭିନେତା ଶ୍ରେୟାନ, ଅଭିନେତ୍ରୀ ସୂରମୟୀ, ଚିରକୁଟ ଚଳଚ୍ଚିତ୍ରର ଅଭିନେତା ଅରଜିତ, ଅଭିନେତ୍ରୀ ଅନନ୍ୟା, ଫ୍ୟାଶନ ଡିଜାଇନର ଅର୍ଚ୍ଚିତା ପ୍ରମୁଖ ଯୋଗ ଦେଇଥିଲେ।

ପୂରବି ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶକ ଅମରେଶ ମାଝି, ପ୍ରୟୋଜକ ସତିକାନ୍ତ ଜେନା, ଆମ ଟିଭିର ନିର୍ଦ୍ଦେଶକ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ଉପହାର ପ୍ରଦାନ କରିଥିଲେ।  ଏଥିସହିତ ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଥିଲା।



from Odisha Reporter http://bit.ly/2Z8vpTY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages