ଯୁବ ସାମ୍ବାଦିକ ରାମକୃଷ୍ଣ ବାରିକ। ବୃତ୍ତିରେ ଯେତିକି ସକ୍ରିୟ ପ୍ରେମରେ ବି ସେତିକି ରୋମାଣ୍ଟିକ୍। ପ୍ରେମ କବିତା ଲେଖିବାରେ ଢେର୍ ସୌକ୍ ସଜଉଥିବା ରାମ କୃଷ୍ଣ ଦରଦଭରା ଲୁହ ଝରା କବିତା ଲେଖିବାକୁ ବି ଛଟ୍ ପଟ୍ ହୁଅନ୍ତି। ଏଠାରେ ପଢ଼ନ୍ତୁ ସେହି ଭଳି ଏକ କବିତା ‘ବାପା’
କ‘ଣ ବା ଦରକାର ଥିଲା
ନିଜ ଜୀବନର ସବୁତକ ଖୁସିକୁ
ସୁଅ ମୁହଁରେ ପତରଟିଏ କରି ଭସେଇ ଦେବା…?
କ‘ଣ ବା ଆବଶ୍ୟକ ଥିଲା
ନିଜ ଦେହର ସବୁତକ ରକ୍ତକୁ
ଝାଳ ପରି ନିଗାଡ଼ି ଦେଇ
ଖରା, ବର୍ଷା, ଶୀତକୁ
ପିଠି କରି ରିକ୍ସାବାଲା ସାଜିବା…??
ଜନମ ଦେଇ ଏ ଦୁନିଆର
ଆଲୋକ ଦେଖେଇବାଟା କ’ଣ
ଯଥେଷ୍ଟ ନୁହେଁ ତୁମ ପାଇଁ…?
ନାଁ, ଯଥେଷ୍ଟ ନୁହେଁ ପିଲାଟି ବେଳୁ
ସବୁତକ ଅଳି ଅଝଟକୁ ସହି
ପାଦ ତଳର ପୃଥିବୀ
ମୁଣ୍ଡ ଉପରର ଆକାଶ ସାଜିବା…!!
ନିଜେ ଛିଣ୍ଡା ପିନ୍ଧି
ମୋତେ ଭଲ ପିନ୍ଧାଇବାର
ମାନେ କ’ଣ ଥିଲା…?
ନିଜେ ଭୋକରେ ରହି
ମୋତେ ଖୁଆଇବାର
ମାନେ କଣ ଥିଲା…??
କେଉଁ ଆଶା, କେଉଁ ଉଦ୍ଦେଶ୍ୟ ଥିଲା
ଏହି ତ୍ୟାଗ ପଛରେ…???
ଏଇ ଅପାସୋରା,
ନିଚ୍ଛକ ଶବ୍ଦଟା ‘ବାପା‘ ନା…!
ପିଲାଟି ମୁହଁରୁ ଟିକେ
‘ବାପା‘ ଡାକ ଶୁଣିବା ପାଇଁ ନା…!!
ଏତିକ ପାଇଁ ଏତେ ତ୍ୟାଗ, ଏତେ ବଳିଦାନ !
ସତରେ କ’ଣ ବାପା ହେବା
ପୁରୁଷ ଜୀବନର ଏକ ସାର୍ଥକତା?
ବାପାମାନେ କ’ଣ ସବୁ ଏମିତି ?
ସ୍ନେହକାଙ୍ଗାଳ, ପ୍ରେମକାଙ୍ଗାଳ
ପାଦ ତଳର ପୃଥିବୀ,
ମୁଣ୍ଡ ଉପରର ଆକାଶ,
ଆମ ଦେହର ନିଶ୍ୱାସ ପ୍ରଶ୍ୱାସ
ବାପା,
ତୁମେ ଏକା ଏମିତି
ନା ଦୁନିଆର ସବୁ
ବାପାମାନେ ଏମିତି…
ତୁମେ ତୁମେ ଲାଗୁଛି ବାପା
ରାମକୃଷ୍ଣ ବାରିକ, ସୋର, ବାଲେଶ୍ୱର
ଫୋନ-୯୭୭୬୭୩୧୨୧୫
from Odisha Reporter http://bit.ly/2WZrpDF
No comments:
Post a Comment