ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପହିଲି ରଜ। ଓଡ଼ିଶାର ଏହି ଗଣପର୍ବ ପାଇଁ ଗାଁଠୁ ସହର ଉତ୍ସବମୁଖର। ପହିଲି ରଜ ଅବସରରେ ଘରେ ଘରେ ପିଠା ଓ ମିଠାର ଆସର ଜମୁଛି। ଝିଅ ଓ ବୋହୂଙ୍କ ରଜ ଦୋଳି ଖେଳ ସାଙ୍ଗକୁ ମିଠା ପାନରେ ପରିବେଶ ରଙ୍ଗୀନ ହୋଇଛି। ରାଜଧାନୀରେ ଥିବା ପାନ୍ଥ ନିବାସ ହେଉ ଅବା ଖୋର୍ଦ୍ଧାର ବରୁଣେଇ ପୀଠ, ସବୁଠି ହୋଇଛି ସଜବାଜ। ରଜ ଅବସରରେ ଦୋଳି, ପାନ, ଝୋଟି ଓ ହୁଳୁହୁଳି ଆଦି ପ୍ରତିଯୋଗିତାର ମଧ୍ୟ ଆୟୋଜନ ହେଉଛି। ଆଜିଠୁ ୩ ଦିନ ଯାଏ ସାରା ରାଜ୍ୟରେ ରଜ ମଉଜ ଚାଲିବ।
ରଜ ଅବସରରେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ବେଳାଭୂମିରେ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ପ୍ରକାର ପିଠା ମଧ୍ୟରେ ସ୍ଥାନ ପାଇଛି ପୋଡପିଠା, ମଣ୍ଡା ଓ ଆରିସା କାକରା ଇତ୍ୟାଦି ଆଉ ତା ସହିତ ସୁସ୍ୱାଦୁ ରଜ ପାନ ରଜ ମଉଜକୁ ଆହୁରି ଆକର୍ଷଣୀୟ କରିଦେଇଛି।
ସେହିପରି କଟକ ଜିଲ୍ଲା ସାଲେପୁରର ପିକୋଳ ଗାଁରେ ସଜବାଜ ଦିନରେ ହିଁ ରଜର ଧୁମ ଦେଖିବାକୁ ମିଳିଛି। କୁମାରୀମାନେ ଅଳତା, କୁଙ୍କୁମ, ମେହେନ୍ଦି ଲଗାଇ ସଜବାଜ ସାଙ୍ଗକୁ ଲୁଡୁ ଓ ତାସ୍ ଖେଳର ଆସର ଜମାଇଲେଣି। ପାନ ଭଙ୍ଗା ଠାରୁ ଆରମ୍ଭ କରି ପୋଡପିଠା ବି କଟା ଗଲାଣି। ରଜ ଖଳାରେ ଦୋଳି ମଧ୍ୟ ଲାଗିଛି। ଦୋଳି ଖେଳରେ ମସଗୁଲ୍ ହୋଇଗଲେଣଇ କୁମାରୀମାନେ।
from Odisha Reporter http://bit.ly/2Rh0ZMp
No comments:
Post a Comment