ଇଫତାର ପାର୍ଟିର ଅତିଥିଙ୍କୁ ପାକ୍ ସୁରକ୍ଷା ଅଧିକାରୀଙ୍କ ଅସଭ୍ୟ ବ୍ୟବହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 1, 2019

ଇଫତାର ପାର୍ଟିର ଅତିଥିଙ୍କୁ ପାକ୍ ସୁରକ୍ଷା ଅଧିକାରୀଙ୍କ ଅସଭ୍ୟ ବ୍ୟବହାର

ଇସାଲାମାବାଦ: ସୌଜନ୍ୟତା ଭୁଲିଛି ପାକିସ୍ତାନ। ଇସାଲାମାବାଦରେ ଥିବା ଭାରତୀୟ ଦୂତାବାସର ଅତିଥିଙ୍କୁ ଅସଭ୍ୟ ବ୍ୟବହାର ଦେଖାଇ ଭାରତ ପ୍ରତି ନିଜର ଅସଲ ଆଭିମୁଖ୍ୟ ଦେଖାଇଛି ପାକିସ୍ତାନ ପ୍ରଶାସନ। ଗତକାଲି ଭାରତୀୟ ଦୂତାବାସ ପକ୍ଷରୁ ଇଫତାର ପାର୍ଟିର ଆୟୋଜନ ହୋଇଥିଲା। ଏହି ଭୋଜିରେ ଯୋଗ ଦେବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଅନେକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ତେବେ ନିମନ୍ତ୍ରିତ ଅତିଥିଙ୍କୁ ନଆସିବା ପାଇଁ ପାକିସ୍ତାନର ସୁରକ୍ଷା ଅଧିକାରୀ ଏକ ଗୁପ୍ତ ନମ୍ୱରରୁ କଲ୍ କରି ଧମକ ଦେଉଥିବା ଅଭିଯୋଗ ହୋଇଛି। ଯଦି ଇଫତାର ଭୋଜିରେ ଯୋଗ ଦେବେ ତାହାଲେ ପରିଣତି ଭୟାନକ ହେବ ବୋଲି ଧମକ ଦିଆଯାଉଥିଲା ବୋଲି ଜଣେ ନିମନ୍ତ୍ରିତ ଅତିଥି ଟ୍ୱିଟ୍ କରି କହିଛନ୍ତି। ଏମିତିକି ଅନେକ ଅତିଥି ଆସୁଥିବା ବେଳେ ତାଙ୍କୁ ରାସ୍ତାରୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି।

ଭାରତୀୟ ଦୂତବାସ ଏବାବଦରେ ଜାଣିବା ପରେ ହାଇ କମିଶନର ଅଜୟ ବେସାରିୟା ପାକିସ୍ତାନ ପ୍ରଶାସନର ଏଭଳି ବ୍ୟବହାର ପାଇଁ ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ କ୍ଷମା ମାଗିଛନ୍ତି। ଏଭଳି ବ୍ୟବହାର ଅଶୋଭନୀୟ। ପାକିସ୍ତାନ ପ୍ରଶାସନ ନିମନ୍ତ୍ରିତ ଅତିଥିଙ୍କୁ ଏପରି ବ୍ୟବହାର କୂଟନୀତି ପ୍ରଟୋକଲକୁ ଇଲ୍ଲଂଘନ କରିଛି ବୋଲି ସେ କହିଛନ୍ତି। ଏହା ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ପ୍ରଭାବ ପଡ଼ିବ ବୋଲି ଭାରତୀୟ କମିଶନର ଅଜୟ ବେସାରିୟା କହିଛନ୍ତି।



from Odisha Reporter http://bit.ly/2W7LFCw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages