କଟକ(ଦେବାଶିଷ ମହାନ୍ତି): କଟକ ସହର ସ୍ଥିତ ଯୋବ୍ରା ମାଟିଆ ମଙ୍ଗଳା ସାହିରେ ଛୁରାମାଡ଼ରେ ଆହତ ହୋଇଥିବା ତପନ ନାୟକଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଗତକାଲି ରାତିରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।
ଗତକାଲି ରାତିରେ ସ୍ଥାନୀୟ ଦୁଇ ଜଣ ଯୁବକ ତାଙ୍କୁ ଘରେ ପଶି ଆକ୍ରମଣ କରିଥିଲେ। ଛୁରାମାଡ଼ରେ ତପନଙ୍କ ଶରୀରର ୫ଟି ସ୍ଥାନରେ ଆଘାତ ଲାଗିଥିଲା। ଯୋବ୍ରା ବ୍ୟାରେଜ୍ରେ ମାଛଧରାକୁ ନେଇ ତପନଙ୍କୁ ଆକ୍ରମଣ କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମାଲଗୋଦାମ ପୁଲିସ୍ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ତପନଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଥିଲା। ସେ କିଛି ଦିନ ହେବ ଜାମିନ୍ରେ ଆସିଥିଲେ।
from Odisha Reporter http://bit.ly/2ZdZa5H
No comments:
Post a Comment