ଅଜଣା ଗାଡ଼ି ଧକ୍କାରେ ଅଟୋ ଚାଳକ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 13, 2019

ଅଜଣା ଗାଡ଼ି ଧକ୍କାରେ ଅଟୋ ଚାଳକ ମୃତ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ସୋନପୁର ରାସ୍ତାର ପୁଇଁନ୍ତଳା ଛକ ନିକଟରେ ଏକ ଅଟୋକୁ ଅଜଣା ଗାଡ଼ି ଧକ୍କା ଦେଇଛି। ଘଟଣାସ୍ଥଳରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି।  ମୃତକ ହେଲେ ସୁରେଶ ଦୀପ। ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଉକ୍ତ ଗାଡିଟି ଫେରାର ହୋଇଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ବାଇପାସ୍‌ କରିବା ଦାବିରେ ଅଟୋ ଚାଳକ ସଂଘ ପକ୍ଷରୁ ରାସ୍ତାରୋକ କରାଯାଇଛି। ଫଳରେ ବଲାଙ୍ଗିର ସୋନପୁର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।



from Odisha Reporter http://bit.ly/2Rh7XRz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages