ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ପରମ୍ପରାରେ ଲୋକମାନେ ତଳେ ବସି ଖାଇଥାନ୍ତି। ପୂଜା ପର୍ବ ହେଉ ବା କୌଣସି ମନ୍ଦିର ଆମେ ତଳେ ବସି ଖାଇଥାଉ। ପ୍ରତିଦିନ ଡାଇନିଂରେ ବସି ଖାଉଥିବା ଲୋକ ମଧ୍ୟ ସୁଯୋଗ ମିଳିଲେ ତଳେ ବସି ଖାଇବାକୁ ପସନ୍ଦ କରିଥାନ୍ତି। କୁହାଯାଏ ଯେ, ତଳେ ବସି ଖାଇବା ଦ୍ୱାରା ଆନନ୍ଦ ମିଳିଥାଏ। ଶାସ୍ତ୍ର ଅନୁସାରେ ଭୋଜନ ସବୁବେଳେ ତଳେ ବସି ଖାଇବା ଆବଶ୍ୟକ। କିନ୍ତୁ କ’ଣ ପାଇଁ ଆପଣ ଜାଣିଛନ୍ତି କି?
ତାହାଲେ ଜାଣନ୍ତୁ କେଉଁ କାରଣରୁ ଆମେ ତଳେ ବସି ଖାଇବା ଆବଶ୍ୟକ।
ହିନ୍ଦୁ ଧର୍ମ ଅନୁସାରେ, ଅନ୍ନକୁ ଅର୍ଣ୍ଣପୂଣ୍ଣା ବା ମା’ ଲଷ୍ମୀଙ୍କ ସହ ତୁଳନା କରାଯାଇଥାଏ। ଏଥିପାଇଁ ଲଷ୍ମୀଙ୍କୁ ସମ୍ମାନ ଦେବା ପାଇଁ ପୂଜା ସମୟରେ ଯେଉଁଭଳି ଭାବେ ବସି ପୂଜା କରାଯାଏ ସେହିଭଳି ଖାଦ୍ୟ ଗ୍ରହଣ ସମୟରେ ମଧ୍ୟ ବସିବା ଆବଶ୍ୟକ।
ଠିଆ ହୋଇ ଖାଇଲେ ବା ଖାଇବା ସମୟରେ କଥାବାର୍ତ୍ତା ହେଲେ ମା’ ଲଷ୍ମୀଙ୍କୁ ଅପମାନ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ଏହାକଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଏପରିକି ବୈଜ୍ଞାନିକମାନେ ମଧ୍ୟ ଏହି କଥାକୁ ପ୍ରମାଣ କରିଛନ୍ତି ଯେ, ତଳେ ବସି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ।
ତଳେ ବସି ଖାଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇଥାଏ। ମାନସିକ ଶାନ୍ତି ମିଳିଥାଏ। ଖାଦ୍ୟ ଭଲରେ ହଜମ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କମ୍ ଦେଖାଯାଏ।
from Odisha Reporter http://bit.ly/2Ztuyxd
No comments:
Post a Comment