ବିଷ ଉଗାଳିଲେ ବୀଣା: କହିଲେ ପାକିସ୍ତାନ ହାରିବା ପଛରେ ସାନିଆ ଦାୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 18, 2019

ବିଷ ଉଗାଳିଲେ ବୀଣା: କହିଲେ ପାକିସ୍ତାନ ହାରିବା ପଛରେ ସାନିଆ ଦାୟୀ

ନୂଆଦିଲ୍ଲୀ: ଭାରତ ବିପକ୍ଷ ମ୍ୟାଚ୍ ହାରିବା ପରେ ପାକିସ୍ତାନ ଦଳକୁ ସୋଶାଲ୍ ମିଡିଆରେ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ୁଥିବା ବେଳେ, ସାନିଆ-ବୀଣା ଟ୍ୱିଟର ୱାରକୁ  ନେଇ ଚର୍ଚ୍ଚା ଜୋର । ଭାରତୀୟ ଟେନିସ୍ ସୁନ୍ଦରୀ ତଥା ପାକିସ୍ତାନ କ୍ରିକେଟର୍ ସୋଏବ ମଲ୍ଲିକଙ୍କ ପତ୍ନୀ ସାନିଆ ମିର୍ଜା ଓ ଅଭିନେତ୍ରୀ ବୀଣା ମଲ୍ଲିକ ଟ୍ୱିଟରରେ ପରସ୍ପରକୁ ଜୋରଦାର ଆକ୍ଷେପ ଓ ପ୍ରତି ଆକ୍ଷେପ କରୁଥିବା ଦେଖିବାକୁ ମିଳିଛି।

 

ସାନିଆ ଓ ସୋଏବ୍ ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ପାକ୍ କ୍ରିକେଟ ଟିମ୍ ସହ ବିଳମ୍ବିତ ରାତି ଯାଏଁ ପାର୍ଟି କରୁଥିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ କ୍ଷୁବ୍ଧ ହୋଇଥିଲେ ବୀଣା।

କାହା ଅନୁମତିରେ ଏମିତି କରଗଲା ବୋଲି ସେ ଟ୍ୱିଟ୍‌ କରିଥିଲେ। ସେପଟେ ବିଳମ୍ବିତ ରାତି ଯାଏଁ ପାର୍ଟି କରିଥିବାରୁ ପାକିସ୍ତାନ ଏହି ମ୍ୟାଚ ହାରିଲା ବୋଲି କୁହାଯାଉଛି। ଏପରିକି ପାକିସ୍ତାନର ହାର୍ ପାଇଁ ସାନିଆ ଦାୟୀ ବୋଲି ଟ୍ୱିଟରେ କହିଛନ୍ତି ବୀଣା ମଲ୍ଲିକ।  ଏହାକୁ ନେଇ ଦୁଇ ସେଲିବ୍ରିଟିଙ୍କ ମଧ୍ୟରେ ଟ୍ୱିଟ୍ ଫାଇଟ୍ ତୀବ୍ର ହୋଇଛି।



from Odisha Reporter http://bit.ly/2XWUr8v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages