ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଖାରବେଳ ନଗରସ୍ଥିତ ଗୁରୁଦ୍ୱାରରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସୁବାସ ନାୟକ। ତାଙ୍କ ଘର ନୟାଗଡ଼ ଜିଲ୍ଲା ଚମ୍ପାଗଡ଼ରେ। ସୁବାସଙ୍କ ବୟସ ୨୨ ବର୍ଷ ବୋଲି ଜଣାପଡ଼ିଛି।
ସୁବାସଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଦୁଃଶାସନ ନାୟକ ଅଭିଯୋଗ କରିଛନ୍ତି। ଏକବର୍ଷ ଧରି ସୁବାସ ଗୁରୁଦ୍ୱାରରେ ରହି କାମ କରି ଆସୁଥିଲେ। ଖାରବେଳ ନଗର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
from Odisha Reporter http://bit.ly/2Kjk8No
No comments:
Post a Comment