୮ ବର୍ଷ ପରେ ଚୀନର ଜନସଂଖ୍ୟାକୁ ଟପିଯିବ ଭାରତ: ଜାତିସଂଘ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 17, 2019

୮ ବର୍ଷ ପରେ ଚୀନର ଜନସଂଖ୍ୟାକୁ ଟପିଯିବ ଭାରତ: ଜାତିସଂଘ

ନୂଆଦିଲ୍ଲୀ: ଜନସଂଖ୍ୟାରେ ଚୀନକୁ ଟପିବ ଭାରତ। ଆଗାମୀ ୮ ବର୍ଷ ମଧ୍ୟରେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ରାଷ୍ଟ୍ରରେ ପରିଣତ ହେବ ଭାରତ। ୨୦୫୦ ସୁଦ୍ଧା ଭାରତରେ ଜନସଂଖ୍ୟା ଆହୁରି ୨୭. ୩ କୋଟି  ବଢ଼ିବ ବୋଲି ଆକଳନ କରିଛି ଜାତିସଂଘ। ଏଥି ସହିତ ଭାରତ ଚଳିତ ଶତାବ୍ଦୀ ଶେଷ ବେଳକୁ ବିଶ୍ୱର ସର୍ବବୃହତ ଜନସଂଖ୍ୟା ଥିବା ଦେଶ ହୋଇପାରେ ।

ଜାତିସଂଘର ଆର୍ଥିକ ଏବଂ ସାମାଜିକ ବ୍ୟାପାର ବିଭାଗର ପପୁଲେଶନ ଡିଭିଜନ ଦ୍ୱାରା ପ୍ରକାଶିତ ‘ଦ ୱାର୍ଲଡ ପପୁଲେଶନ ପ୍ରସପେକ୍ଟସ ୨୦୧୯ ହାଇଲାଇଟ୍ସ’ରେ ଭାରତର ଜନସଂଖ୍ୟାକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି। ବର୍ତ୍ତମାନ ଦେଶର ଜନସଂଖ୍ୟା ୭.୭ ଅରବ ରହିଛି। ୨୦୫୦ ସୁଦ୍ଧା ଅଧିକ ୨ ଅରବ ଲୋକ ଯୋଡ଼ି ହୋଇ ଭାରତର ଜନସଂଖ୍ୟା ୯.୭ ଅରବ ହୋଇପାରେ ବୋଲି ଅନୁମାନ କରିଛି ଜାତିସଂଘର ପପୁଲେସନ ଡିଭିଜନ।

ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଏବେଠାରୁ ୨୦୫୦ ଯାଏ ବିଶ୍ୱର ଜନସଂଖ୍ୟା ବୃଦ୍ଧିର ଅଧାରୁ ଅଧିକ ୯ଟି ଦେଶରେ ହେବ । ଏଥିରେ ଭାରତ, ନାଇଜେରିଆ, ପାକିସ୍ତାନ, କଂଗୋ, ଇଥିଓପିଆ, ତାଞ୍ଜାନିଆ, ଇଣ୍ଡୋନେସିଆ, ଇଜିପ୍ଟ ଓ ଆମେରିକା ସାମିଲ ରହିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୧୭ରେ ବିଶ୍ୱ ଜନସଂଖ୍ୟା ରିପୋର୍ଟରେ ଅନୁମାନ କରାଯାଇଥିଲା କି ଭାରତର ଜନସଂଖ୍ୟା ୨୦୨୪ ସୁଦ୍ଧା ଚୀନକୁ ଟପିଯିବ। ସେହିପରି ୨୦୧୫ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତର ଜନସଂଖ୍ୟା ୨୦୨୨ ସୁଦ୍ଧା ଚୀନକୁ ଟପିଯିବ। ୨୦୧୫ରେ ଅନୁମାନ କରାଯାଇଥିଲା କି ୨୦୨୨ ସୁଦ୍ଧା ଚୀନର ଜନସଂଖ୍ୟାକୁ ଭାରତ ପଛରେ ପକାଇ ଦେଇଥିବ।

ଏବେ ଭାରତର ଜନସଂଖ୍ୟା ୧୩୭ କୋଟି ରହିଥିବା ବେଳେ ଚୀନର ଜନସଂଖ୍ୟା ୧୪୩ କୋଟି ରହିଛି।



from Odisha Reporter http://bit.ly/2KkVSdL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages