ଅନନ୍ତନାଗ: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆଜି ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଅନନ୍ତନାଗ ଜିଲ୍ଲାର ନାଭିଗାମ୍ ଶାହବାଦରେ ସୁରକ୍ଷାକର୍ମୀ ୨ରୁ ୩ ଆତଙ୍କବାଦୀଙ୍କୁ ଘେରି ରଖିଛନ୍ତି। ତେବେ ସେଥିମଧ୍ୟରୁ ଜଣେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିବା ଜଣାପଡ଼ିଛି। ହେଲେ ଏହି ଆତଙ୍କବାଦୀର ମୃତଦେହ ଉଦ୍ଧାର କରାଯାଇ ପାରି ନାହିଁ।
ଏଠାରେ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସୁରକ୍ଷାକର୍ମୀଙ୍କ ଏକ ଟିମ୍ ଏହି ଅଞ୍ଚଳକୁ ଚାରିଆଡୁ ଘେରାଉ କରି ରଖିଛନ୍ତି। ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀଙ୍କ ପାଖରେ ସୂଚନା ରହିଛି। ବର୍ତ୍ତମାନ ସେଠାରେ ଗୁଳିବିନିମୟ ଜାରି ରହିଛି।
ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ଚଳିତବର୍ଷ ଜାନୁଆରୀ ପହିଲାରୁ ଜୁନ୍ ୬ ତାରିଖ ମଧ୍ୟରେ ଜମ୍ମୁ ଓ କଶ୍ମୀରରେ ସୁରକ୍ଷାକର୍ମୀ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ଏଏନ୍ଆଇର ସୂଚନା ଅନୁଯାୟୀ ସୁରକ୍ଷାକର୍ମୀ ଇତି ମଧ୍ୟରେ ୧୦୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।
from Odisha Reporter http://bit.ly/2WsAiKF
No comments:
Post a Comment