‘ଇଣ୍ଡିଆ ଟୁଡେ’ର କଭର୍‌ ପେଜ୍‌ରେ ଓଡ଼ିଆ ସାଂସଦ ଚନ୍ଦ୍ରାଣୀ ମୁର୍ମୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 1, 2019

‘ଇଣ୍ଡିଆ ଟୁଡେ’ର କଭର୍‌ ପେଜ୍‌ରେ ଓଡ଼ିଆ ସାଂସଦ ଚନ୍ଦ୍ରାଣୀ ମୁର୍ମୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂରାଜୀ ପତ୍ରିକା ‘ଇଣ୍ଡିଆ ଟୁଡେ’ର ଆଗାମୀ ସଂସ୍କରଣର କଭର ପେଜ୍‌ରେ ସ୍ଥାନ ପାଇଛନ୍ତି ଓଡ଼ିଆ ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ତାଙ୍କ ସହିତ କ୍ରିକେଟରରୁ ରାଜନେତା ପାଲଟିଥିବା ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର ଏବଂ ଅଭିନେତା ରବି କିଶନ ପ୍ରମୁଖ ସ୍ଥାନ ପାଇଛନ୍ତି।

ଏଥର ସାଧାରଣ ନିର୍ବାଚନରେ କେନ୍ଦୁଝର ଆସନରୁ ଚନ୍ଦ୍ରାଣୀ ମୁର୍ମୁ ଦେଶର କନିଷ୍ଠତମ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି ଟିକେଟ୍‌ରେ ଲୋକସଭାକୁ ନିର୍ବାଚିତ ହୋଇଥିବା ଚନ୍ଦ୍ରାଣୀଙ୍କ ବୟସ ଏବେ ୨୫ ବର୍ଷ ୧୧ ମାସ।

୨୦୧୭ରେ ଇଞ୍ଜିନିୟରିଂ ପାସ୍‌ କରିବା  ପରେ ଚାକିରି ସନ୍ଧାନରେ ଥିବା ଚନ୍ଦ୍ରାଣୀ ହଠାତ୍ ରାଜନୀତିରେ ପ୍ରବେଶ କରିଥିଲେ। ଆଉ ପ୍ରଥମ ପଦାର୍ପଣରେ ହିଁ ସେ ସଫଳତା ପାଇଛନ୍ତି। ସେ ବିଜେପି ପ୍ରାର୍ଥୀ ତଥା ଦୁଇ ଥର ସାଂସଦ ହୋଇଥିବା ଅନନ୍ତ ନାୟକଙ୍କୁ ୬୬ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ଚନ୍ଦ୍ରାଣୀଙ୍କ ପୂର୍ବରୁ ୨୦୧୪ରେ ହରିୟାଣାର ହିସାରରୁ ନିର୍ବାଚିତ ଦୁଶ୍ୟନ୍ତ ଚୌତାଲା ଦେଶର କନିଷ୍ଠତମ ସାଂସଦ।



from Odisha Reporter http://bit.ly/2MliIUc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages