ସକାଳୁ ଉଠିବା ପରେ ୨ ମିନିଟ୍ କରନ୍ତୁ ଧ୍ୟାନ, ସାରା ଦିନ କଟିବ ଭଲରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 5, 2019

ସକାଳୁ ଉଠିବା ପରେ ୨ ମିନିଟ୍ କରନ୍ତୁ ଧ୍ୟାନ, ସାରା ଦିନ କଟିବ ଭଲରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ୍‌ କଲେଜ୍‌, ଅଫିସ୍‌ ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ସକାଳୁ ଯିବାର ଥିଲେ ଆପଣ ସକାଳୁ ଉଠି ଶୀଘ୍ର କାମ ସାରି ବାହାରି ଯାଆନ୍ତି। ସକାଳେ ପ୍ରାୟ ବହୁତ ଲୋକଙ୍କୁ ନିଜ ଶରୀର ପ୍ରତି ଧ୍ୟାନ ଦେବାକୁ ସମୟ ନ ଥାଏ। ସେମାନେ ଯୋଗ ବା ୱାର୍କଆଉଟ୍‌ ଇତ୍ୟାଦି କରିପାରନ୍ତି ନାହିଁ। ଏହା ସହ ସେମାନେ ଦେବାଦେବୀଙ୍କୁ ମଧ୍ୟ ମନେ ପକାଇବା ପାଇଁ ସମୟ ନଥାଏ। ଏଥିପାଇଁ ସେହି ବ୍ୟକ୍ତିମାନେ ମାନସିକ ସ୍ତରରେ ବହୁତ ଚିନ୍ତାରେ ରହିଥାନ୍ତି। ସବୁ କାମରେ ଚିଡ୍‌ଚିଡା ଅନୁଭବ କରନ୍ତି।

ଆପଣ ଯଦି ଏହିପରି ଅନୁଭବ କରୁଛନ୍ତି ତାହାଲେ, ଆମେ ଆପଣଙ୍କୁ କିଛି ସହଜ ଧ୍ୟାନ ବିଷୟରେ କହିବୁ। ଯାହାକୁ ଆପଣ ସକାଳୁ ଉଠିବା ସମୟରେ କରିପାରିବେ। ଜାଣନ୍ତୁ କ’ଣ କରିବେ।

ଯେତେବେଳେ ଆପଣ ସକାଳେ ନିଦରୁ ଉଠିବେ, ସେତେବେଳେ ବିଛଣାରେ ଆଖି ବନ୍ଦ କରି ବସି ଯାଆନ୍ତୁ। ହାତକୁ ଆଣ୍ଠୁ ଉପରେ ରଖି  ୨ ମିନିଟ୍‌ ଯାଏ ଧ୍ୟାନ କରନ୍ତୁ। ଏହିପରି କଲେ ଆପଣଙ୍କ ଦିନ ଭଲରେ କଟିବ।

ଏହା ପରେ ଆପଣ ଯେତେବଳେ ବେଡ୍‌ରୁ ଉଠି ପାଣି ପିଇବାକୁ ଯିବେ ନିଜକୁ ହାଲ୍‌କା କରି ଯାଆନ୍ତୁ। ଚିଡ୍‌ଚିଡ଼ା ହୁଅନ୍ତୁ ନାହିଁ, କି କାମ ଅଛି ବୋଲି  ଶୀଘ୍ର ଉଠି ପଳାନ୍ତୁ ନାହିଁ। ଏହା କଲେ ଆପଣ ମାନସିକ ସ୍ତରରେ ଦୃଢ ହେବେ। ଆପଣ ସହଜରେ କଠିନ ପରିସ୍ଥିତିକୁ ସାମ୍ନା କରିପାରିବେ। ଯଦି ଆପଣ ତରତର ହୋଇ ବାହାରକୁ ଯିବେ ତାହାଲେ କାମ ମଧ୍ୟ ବିଗିଡ଼ି ପାରେ।

ଏହା ପରେ ଆପଣ ଯେତେବେଳେ ନିତ୍ୟକର୍ମ ସାରି କାର୍ଯ୍ୟ କ୍ଷେତ୍ରକୁ ବାହାରିବେ ସେତେବଳେ ଯେମିତି ହେଲ ଆପଣ ଭଗବାନଙ୍କୁ ଦର୍ଶନ କରି ଯାଆନ୍ତୁ। ଏହ କଲେ ଆପଣଙ୍କ ସବୁ କାମରେ ଠାକୁରଙ୍କ ଆଶିର୍ବାଦ ରହିବ।



from Odisha Reporter http://bit.ly/2QNM2kR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages