ଏପରି କଳାରେ କେବଳ ଭାରତୀୟ ଛୁଆ ହିଁ ମାହିର… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 8, 2019

ଏପରି କଳାରେ କେବଳ ଭାରତୀୟ ଛୁଆ ହିଁ ମାହିର…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରା ଦିନେ ନଈ, ପୋଖରୀରେ ଡେଇଁବା, ପର ବାଡିରୁ ଆମ୍ବ, ପିଜୁଳି ଚୋରି କରି ଖାଇବା, ବର୍ଷା ଦିନେ ବିନା ଛତାରେ ଗାଁ ଦାଣ୍ଡରେ ଡେଇଁବା, ସ୍କୁଲ ନାଁରେ ସାଙ୍ଗଙ୍କ ସହ ମେଳି କରିବା ଏସବୁ  ଦୃଶ୍ୟ କେବଳ ଆମେ ଗାଁମାନଙ୍କରେ  ଦେଖିବାକୁ ପାଇପାରୁ। ହେଲେ ସହରୀ ସଭ୍ୟତାରେ ଏ ସବୁ ସ୍ୱପ୍ନ। ପିଲାଙ୍କ ଉପରେ ପାଠ ପଢା ଚାପ ଏପରି ପଡୁଛି ଯେ, ସେମାନଙ୍କ ଶୈଶବ ହଜି ଯାଉଛି।

କେବଳ ପାଠ ଆଉ ପାଠ। ରାତି ପାହିଲା ବେଳକୁ ପିଲା ସ୍କୁଲରେ ପହଞ୍ଚି ସାରିଥିବ, ଆଉ ଫେରିବା ପରେ ଗୋଟିଏ ପରେ ଗୋଟିଏ ଟ୍ୟୁସନ ଖଞ୍ଚି ଦେଇଥିବେ ବାପାମା’। କିପରି ଆମ ପିଲା ଅନ୍ୟମାନଙ୍କଠାରୁ ଆଗକୁ ଯିବ, ସ୍କୁଲରେ ଫାଷ୍ଟ ହେବ। ହେଲେ ଏହା ଭିତରେ ଆମେ କେବେ ବି ପିଲାଙ୍କ ମାନସିକତା ବୁଝିବାକୁ ଚେଷ୍ଟା କରି ନ ଥାଉ।

ହେଲେ ଆମେ ଗାଁକୁ ଗଲେ ହିଁ ଦେଖିପାରିବା, ପିଲାମାନେ କିପରି ବିନ୍ଦାସ ହୋଇ ନିଜ ଜୀବନ ବଞ୍ଚୁଛନ୍ତି। କିପରି ସେମାନେ ନିଜ ଶୈଶବରେ ଛୋଟ ଛୋଟ ଜିନିଷରୁ ଖୁସି ସାଉଣ୍ଟିବାକୁ ଚେଷ୍ଟା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହାକୁ ସିନିୟର ଆଇପିଏସ୍‌ ଅଫିସର ଅମିତାଭ ଠାକୁର ନିଜ ଟ୍ୱିଟର ଆକାଉଣ୍ଟରେ ଶେଆର କରିଛନ୍ତି।

ଏଥିରେ ବର୍ଷା ହେଉଥିବା ସମୟାରେ ଗାଁ ଦାଣ୍ଡରେ ଏକ ପିଲା ଟାୟାର ଭିତରେ ପଶି କିପରି ଗଡି ଗଡି ଯାଉଛି। ହେଲେ କିପରି ବ୍ୟାକ୍‌ କରୁଛି, ତାହା ଦେଖିବା ଖୁବ୍‌ ମଜାଦାର।



from Odisha Reporter http://bit.ly/2Wnf3F3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages