ନୂଆଦିଲ୍ଲୀ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଥାବର ଚନ୍ଦ ଗେହଲଟ୍ ହୋଇଛନ୍ତି ବିଜେପି ଦଳର ନେତା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କର ସ୍ଥାନ ନେବେ ଗେହଲଟ୍। ଏବେ ରାଜ୍ୟସଭାର ଆଗ ଧାଡ଼ିରେ ଜେଟଲୀଙ୍କ ସ୍ଥାନରେ ସେ ବସିବେ, ଏହାପରେ ପ୍ରଧାନମନ୍ତ୍ରୀ ବସିବେ।
ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହୁନାହିଁ, ତେଣୁ ସେ ଚଳିତଥର ମନ୍ତ୍ରିମଣ୍ଡଳରେ ମଧ୍ୟ ସାମିଲ ହୋଇ ନାହାନ୍ତି। ଥାବର ଚନ୍ଦ୍ର ଗେହଲଟ୍ ବିଜେପିର ଦଳିତ ଚେହେରା ଅଟନ୍ତି। ମୋଦିଙ୍କ ପ୍ରଥମ ସରକାରରେ ଗେହଲଟ୍ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥିଲେ। ଚଳିତଥର ମଧ୍ୟ ସାମନ ବିଭାଗର ମନ୍ତ୍ରୀ ରହିଛନ୍ତି। ମଧ୍ୟପ୍ରଦେଶରୁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭାକୁ ନିର୍ବାଚିତ ହେବା ପୂର୍ବରୁ ମଧ୍ୟପ୍ରଦେଶ ଶାଜାପୁର ଲୋକସଭା ଆସନରୁ ୧୯୯୬ରୁ ୨୦୦୯ ପର୍ଯ୍ୟନ୍ତ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରେ କଂଗ୍ରେସ ନେତା ସଜ୍ଜନ ସିଂହ ବର୍ମାଙ୍କ ପାଖରୁ ନିର୍ବାଚନରେ ହାରିଯାଇଥିଲେ। ଏହାପରେ ୨୦୧୨ରେ ପ୍ରଥମେ ନିଜ ରାଜ୍ୟରୁ ରାଜ୍ୟସଭା ସାଂସଦ ଭାବେ ପ୍ରତିନିଧିତ୍ୱ କରୁଛନ୍ତି। ଏହାପରେ ୨୦୧୮ରେ ଦ୍ୱିତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଗେହଲଟ୍।
ବିଜେପି ଏହି ଦଳିତ ସାଂସଦଙ୍କୁ ଦଳର ନେତା କରି ଦଳିତ କାର୍ଡ ଖେଳିଛି ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଥାବର ଚନ୍ଦ ଗେହଲଟ ମଧ୍ୟ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ତାଲିକାରେ ଥିଲେ।
from Odisha Reporter http://bit.ly/31nPOGs
No comments:
Post a Comment