ରଜ ଓ ପୋଡ଼ ପିଠା, କେବଳ ପିଠା ନୁହେଁ ବୁଢ଼ି ମାଆର ମମତା ବି ମିଶିଥାଏ ସେଥିରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 14, 2019

ରଜ ଓ ପୋଡ଼ ପିଠା, କେବଳ ପିଠା ନୁହେଁ ବୁଢ଼ି ମାଆର ମମତା ବି ମିଶିଥାଏ ସେଥିରେ

ଭୁବନେଶ୍ୱର(ଜଗମୋହନ ମହାରଣା ):  ରୋଷେଇ ବାସ ସରିଯାଇଥିବ। ଚୁଲିରେ ତଥାପି ରଡ଼ନିଆଁ ଥିବ। ସମୟ ସେଇ ଗୋଟେ କି ଦିଇଟା ହେଇଥିବ। ସମସ୍ତେ ଯେ ଯାହାବାଟରେ ଖାଇ ପିଇ ଦ୍ୱିପ୍ରହରେ ଶୋଇଗଲା ପରେ ଯେଉଁ ଲୋକଟିକୁ ନିଦ ହେଉନଥିବ, ସେ ହେଉଛି ବୁଢ଼ି ମାଆ।

ସକାଳ ପହରୁ ସେ ବିରି ଚାଉଳ ତିନ୍ତେଇଥିବ। ଦ୍ୱିପ୍ରହର ହେଲେ ବିରିକୁ ମନ୍ଥି ମନ୍ଥି ସେଥିରୁ ଚୋପା ସବୁ ବାହାର କରିବ। ତାକୁ ପୁଣି ଶିଳରେ ବାଟିବ। ସୋଦୁଅ(ବିରି ଚାଉଳ ବଟା) କୁ ଫେଣେଇବ। ହାତ କଣ ହେଲା ଯାଏ ସେ ଫେଣେଇ ଚାଲିଥିବ। ବଡ଼ ଗୋଟେ କଡ଼େଇରେ ସୋରିଷ ତେଲ ଗଲଗଲିଆକି ଢାଳିବ। ତାଆରି ଉପରେ ସବୁ ସୋଦୁଅକୁ ଢାଳିବ।

ପୁଣି ତାଆରି ଉପରେ ଦୁଇ ତିନିଟା କଦଳୀ ପତର ଘୋଡ଼େଇ ରଡ଼ ରଡ଼ ନିଆଁ ପାଉଁଶ ସବୁ କଦଳୀ ପତର ଉପରେ ଥାପିବ। ପିଠା ତଳେ ନିଆଁ, ପିଠା ଉପରେ ନିଆଁ।

ସମସ୍ତେ ଶୋଇକି ଉଠିଲା ବେଳକୁ ସେ ପନିକିରେ ଖଣ୍ଡ ଖଣ୍ଡ କରି କାଟୁଥିବ।

ସଞ୍ଜବେଳେ ଘରଲୋକ ଖାଇବା ସହିତ ସାହି, ପଡି଼ଶା ଯେ କେହିବି ଆସେ ସମସ୍ତେ ଖଣ୍ଡେ ଖଣ୍ଡେ ଖାଆନ୍ତି। ଆଉ କୁହନ୍ତି ମାଉସୀ ହାତ ତିଆରି ପୋଡ଼ ପିଠା ଭାରି ସୁଆଦିଆ।

ନାଁ ସେ ପୋଡ଼ ପିଠାରେ ପଡ଼ିଥାଏ କାଜୁ ନା କିସମିସ୍ ନା ବାଦାମ ? ଅତି ବେଶିରେ ଟିକି ଟିକି ନଡ଼ିଆ ଖଣ୍ଡ । ବାସ୍ ସେତିକି।

ତା ସାଙ୍ଗକୁ ତେଲ ସର ସର ଆଳୁଦମ ନଥାଏ କି ମାଂସ ଝୋଳବି ନଥାଏ। ବାସ୍ କେବଳ ପୋଡ଼ ପିଠା।

ଆଜିର ଡୋମିନସ୍ ପିଜା, ବର୍ଗର ଜମାନାରେ ବୁଢ଼ିମା’ର ପୋଡ଼ପିଠାଟି ସେମିତି ଚୁଲିରେ ବସି ବସି ପୋଡ଼ି ଅଙ୍ଗାର ହେଇଯିବାକୁ ବସିଲାଣି। ହେଲେ ବୁଢି ମାଆ ହାତ ତିଆରି ପୋଡ଼ପିଠା ଖାଇବାକୁ କାହାପାଖରେ ସମୟ ନାହିଁ। ସମସ୍ତେ ବ୍ୟସ୍ତ।

ଆଜି ଯଦି ଏ ଦୁନିଆର ବୁଢ଼ି ମାଆଟି ଦେଖି ପାରନ୍ତା ଯେ, ଏଠି ସରକାର ପାନ୍ଥ ନିବାସରେ ପୋଡ଼ ପିଠା ପ୍ରତିଯୋଗିତା କରୁଛନ୍ତି ଆଉ ନଗରର ମେୟରମାନେ ଧୋବଲି ସାର୍ଟ ପିନ୍ଧି ମହିଳାମାନଙ୍କୁ ପୋଡ଼ ପିଠା ତିଆରିର ଶ୍ରେଷ୍ଠ ପୁରଷ୍କାର ଦେଉଛନ୍ତି । ତେବେ ସେ କଣ କୁହନ୍ତା କେଜାଣି।

ଏଇ ରଜ ଆସିବାର କିଛିଦିନ ପୂର୍ବରୁ ଓ ରଜ ଚାଲିଯିବାର ଆଉ କିଛିଦିନ ପର୍ଯ୍ୟନ୍ତ ଘରେ ବୁଢ଼ି ମାଆ ଏମିତି  ଦିନେ ଛଡ଼ା, ଦିଦିନ ଛଡ଼ା ପୋଡ଼ ପିଠା କରୁଥାଏ….

ପୋଡ଼ ପିଠା କେବଳ ଏକ ପିଠା ନୁହେଁ, ତାହା ବୁଢ଼ି ମାଆର ମନ ତିଆରି ମମତା।



from Odisha Reporter http://bit.ly/2WKKv5i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages