ପୁରୀ(ମଧୁସୂଦନ ମିଶ୍ର): ଆଜି ତ୍ରୟୋଦଶୀରେ ପୁରୀରେ ଶ୍ରୀଜିଉଙ୍କର ଘଣାଲାଗି ଏବଂ ଖଳି ବିଜେ ନୀତି ଅନୁଷ୍ଠିତ ହେବ। ଏଥିସହ ଦତ୍ତ ମହାପାତ୍ର ସେବକମାନେ ଅଜିଠାରୁ ଅଣସର ଘରେ ବନକ ଲାଗି ପ୍ରକ୍ରିୟା ଆରମ୍ଭ କରିବେ। ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ ତା’ପର ଦିନ ଉଭା ଅମାବାସ୍ୟା ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେବ। ତେଣୁ କିଭଳି ଶୃଙ୍ଖଳିତ ଦର୍ଶନ ହୋଇପାରିବେ ତା’ ଉପରେ ଗୁରୁତ୍ୱ ଦିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
ରଥଯାତ୍ରାକୁ ଆଉ ମଝିରେ ଦୁଇ ଦିନ ଥିବାରୁ ମହାରଣା, ଭୋଇ ସେବକ, ରୂପକାର ଓ ଚିତ୍ରକର ସେବାୟତମାନେ ରଥରେ ଶେଷ ସ୍ପର୍ଶ ଦେଉଛନ୍ତି।
from Odisha Reporter https://ift.tt/2YnYcUH
No comments:
Post a Comment