ବ୍ରଣ, ସନ ଟ୍ୟାନ୍‌ ପରି ସମସ୍ୟାରୁ ମୁକ୍ତି ଦେବ ଆମ୍ୱ ଫେସ୍‌ ପ୍ୟାକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 11, 2019

ବ୍ରଣ, ସନ ଟ୍ୟାନ୍‌ ପରି ସମସ୍ୟାରୁ ମୁକ୍ତି ଦେବ ଆମ୍ୱ ଫେସ୍‌ ପ୍ୟାକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଏବେ ଖରା ଦିନେ ଆସୁଥିବା ଫଳ ମଧ୍ୟରୁ ସମସ୍ତଙ୍କ ପ୍ରିୟ ଆମ୍ୱ । ସ୍ୱାସ୍ଥ ଓ ପୋଷକ ତତ୍ତ୍ୱରେ ଭରପୁର ହୋଇଥିବାରୁ ଛୋଟଠୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପସନ୍ଦ କରନ୍ତି। ଆମ୍ୱର ଫାଇଦା କେବଳ ଏହାକୁ ଖାଇବାରେ ସୀମିତ ରୁହେ ନାହିଁ। ଆପଣ ଏହାକୁ ମୁହଁରେ ବ୍ୟବହାର କରି ଚେହେରାରେ ଆଣି ପାରିବେ ଚମକ। ଏଥିରୁ ପ୍ରସ୍ତୁତ ଫେସ୍‌ପ୍ୟାକ୍‌ ଆପଣଙ୍କ ଚେହେରାର ଗ୍ଲୋ ବଢାଇବାରେ ସାହାଯ୍ୟ କରିଥାଏ।  ମୁହଁରୁ ବ୍ରଣ ଦୂର କରିବା ସହ ତୈଳାକ୍ତ ତ୍ୱଚାର ସମସ୍ୟା, ସନ୍‌ ଟ୍ୟାନ ପରି ସମସ୍ୟା ଚୁଟକିରେ ଦୂର କରିଥାଏ। ଆସନ୍ତୁ ଜାଣିବା ଏହାକୁ କିପରି ମୁହଁରେ ବ୍ୟବହାର କରିବେ।

ଆମ୍ୱ ଓ ବାଦାମ: ଖରାର କୋପରେ ଯଦି ଆପଣ ଚେହେରାର ପ୍ରାକୃତିକ ଚମକ ହଜି ଯାଇଛି, ତା ହେଲେ ଆପଣ ଆମ୍ୱ ଫେସ୍‌ପ୍ୟାକ୍‌ର ବ୍ୟବହାର କରି ଦେଖନ୍ତୁ। ଏଥିଲାଗି ପୂର୍ବ ଦିନ ରାତିରେ ୩ରୁ ୪ଟି ବାଦାମକୁ ପାଣିରେ ଭିଜାଇ ରଖନ୍ତୁ। ପର ଦିନ ସକାଳେ ଏହାକୁ ବାଟି ଦିଅନ୍ତୁ। ଏକ ପାତ୍ରରେ କିଛି  ଆମ୍ବ ନେଇ ଏହାକୁ ବାଦାମ ପେଷ୍ଟ, ୨ ଚାମଚ ବେସନ ଓ ଏକ ଚାମଚ ମହୁ ସହ ମିଶାଇ ଦିଅନ୍ତୁ। ଏହି ସବୁ ସାମଗ୍ରୀ ଭଲ ଭାବେ ମିଶାଇ ପେଷ୍ଟ ତିଆରି କରି ଦିଅନ୍ତୁ।ଏହାକୁ ମୁହଁରେ ଲଗାଇ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହା ଶୁଖିଗଲା ପରେ ମୁହଁ ଧୋଇ ଦିଅନ୍ତୁ।

ଆମ୍ୱ ଓ କ୍ଷୀରର ଫେସ୍‌ପ୍ୟାକ୍‌: ତ୍ୱଚାରେ ଗ୍ଲୋ ସହ ସଫ୍ଟନେସ୍‌ ଚାହୁଁଥିଲେ, କିଛି  ଆମ୍ବରେ କ୍ଷୀର ମିଶାଇ ଏହାକୁ ଏକ ଗାଢା ପେଷ୍ଟ ତିଆରି କରି ଦିଅନ୍ତୁ। ଏବେ ଏହାକୁ ତ୍ୱଚାରେ କିଛି ସମୟ ଘଷନ୍ତୁ। ଏହାପରେ ଶୁଖିବାକୁ ୧୦ ମିନିଟ୍‌ ଛାଡି ଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।

ଆମ୍ୱ ଓ ଦହିର ଫେସ୍‌ପ୍ୟାକ୍‌: ତୈଳାକ୍ତ ତ୍ୱଚା ଥିବା ଯୁବତୀଙ୍କ କ୍ଷେତ୍ରରେ  ମୁହଁର ଯତ୍ନ ନେବା ଏକ ବଡ ସସମ୍ୟା। ଏଥିଯୋଗୁ ସବୁବେଳେ ବ୍ରଣ ସମସ୍ୟା ଦେଖାଦେଇଥାଏ। ଏହିପରି ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ଲାଗି ଦହି ବହୁତ ଫାଇଦା ହୋଇଥାଏ। ଏଥିଲାଗି ଏକ ପାତ୍ରରେ କିଛି ଆମ୍ୱରେ ଏକ ଚାମଚ  ଦହି, ଏକ ଚାମଚ ମହୁ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଶୁଖିବାକୁ ଛାଡି ଦିଅନ୍ତୁ। ଶୁଖିବା ପରେ ଥଣ୍ଡା ପାଣିରେ ମୁହଁ ଦୋଇ ଦିଅନ୍ତୁ।



from Odisha Reporter http://bit.ly/2IBqDaT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages