ଥାନାରେ ଅଭିଯୋଗ କରିବାରୁ ପତ୍ନୀ ଓ ଶାଶୂଙ୍କୁ ମାରି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 16, 2019

ଥାନାରେ ଅଭିଯୋଗ କରିବାରୁ ପତ୍ନୀ ଓ ଶାଶୂଙ୍କୁ ମାରି ଦେଲେ

ବାରିପଦା (ମାଣିକ ଲାଲ ପାଣି): ଥାନାରେ ଅଭିଯୋଗ କରିବାରୁ ପତ୍ନୀଙ୍କ ସହିତ ଶାଶୂଙ୍କୁ ହାଣି ମାରି ଦେଇଛନ୍ତି ଜଣେ ବ୍ୟକ୍ତି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା କଣ୍ଟାପାଳ ଗାଁରୁ ଆସିଛି ଏହି ଅଭିଯୋଗ।
ମୃତକ ଦ୍ୱୟ ହେଲେ ମମତା ମହାନ୍ତ ଏବଂ ତାଙ୍କ ଝିଅ ସୁମତି ମହାନ୍ତ। ମମତାଙ୍କ ଜ୍ୱାଇଁ ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ପୁଲିସ୍ ଅଟକ ରଖିଛି।

ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ସବୁବେଳେ ମଦ ପିଇ ପତ୍ନୀ ସୁମତିଙ୍କୁ ମାରପିଟ କରୁଥିଲେ। ଏନେଇ ଗତକାଲି ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ରଙ୍କ ନାଁରେ ତାଙ୍କ ପତ୍ନୀ ଓ ଶାଶୂ ମୋରଡ଼ା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ସେ ରାଗି ଯାଇଥିଲେ। ଆଜି ସକାଳେ ସେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ। ଗ୍ରାମବାସୀ ପୂର୍ଣ୍ଣଚନ୍ଦ୍ରଙ୍କୁ ଅଟକ ରଖି ପୁଲିସ୍‌କୁ ଖବର ଦେଇଥିଲେ।

ଅନ୍ୟପକ୍ଷରେ ମମତା ଓ ସୁମତି ଥାନାରେ ପୂର୍ଣ୍ଣଚନ୍ଦ୍ରଙ୍କ ନାଁରେ ଥାନାର ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ଫଳରେ ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ୍‌ ଟିମ୍‌କୁ ଲୋକେ ଘେରାଉ କରିଛନ୍ତି। ସେମାନେ ପୁଲିସ୍ ଗାଡ଼ିକୁ ଛାଡ଼ୁ ନାହାନ୍ତି।



from Odisha Reporter http://bit.ly/2XqGT8h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages