ପରୀବର୍ତ୍ତନଶୀଳ ଜୀବନଶୈଳୀ ହିଁ କିଡ୍‌ନୀ ଷ୍ଟୋନ୍‌ର ମୁଖ୍ୟ କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 17, 2019

ପରୀବର୍ତ୍ତନଶୀଳ ଜୀବନଶୈଳୀ ହିଁ କିଡ୍‌ନୀ ଷ୍ଟୋନ୍‌ର ମୁଖ୍ୟ କାରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଡ୍‌ନୀରେ ଷ୍ଟୋନ୍‌ ବା ପଥର ଯେ କୌଣସି ବର୍ଗର ଲୋକଙ୍କୁ ହୋଇପାରେ। ଏହା କୌଣସି ରୋଗ ନୁହେଁ ବରଂ ଆମ ପରିବର୍ତ୍ତନଶୀଳ ଜୀବନଶୈଳୀ ଯୋଗୁ ଏପରି ସମସ୍ୟା ଦେଖାଦିଏ । କିଡ୍‌ନୀରେ ଷ୍ଟୋନ୍‌ ହେଲେ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ବାହାର ତେଲ ମସଲା ଯୁକ୍ତ ଖାଦ୍ୟ, କମ୍‌ ପାଣି ପିଇବା ଇତ୍ୟାଦି ଏହାର ମୁଖ୍ୟ କାରଣ।

ଯଦି ଆପଣ ଏହାର ଶୀକାର ହେବା ପାଇଁ ଚାହୁଁ ନାହାନ୍ତି ତାହାଲେ ଆପଣଙ୍କୁ ନିଜର କିଛି ଖରାପ ଅଭ୍ୟାସ ବଦଳାଇବାକୁ ପଡ଼ିବ।  ଆସନ୍ତୁ ଜାଣିବା ଆପଣ ଜୀବନଶୈଳୀରେ କେଉଁ ବିଷୟରେ ପରିବର୍ତ୍ତନ କରିବା ଆବଶ୍ୟକ।

ଭରପୁର ପାଣି ପିଅନ୍ତୁ

ଆମ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବା ପାଇଁ ପାଣି ନିହାତି ଜରୁରୀ ହୋଇଥାଏ। ଏଥିପାଇଁ ଆପଣ ଯେଉଁ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନା କାହିଁକି ସେମାନେ ଭର୍‌ପୁର୍‌ ପାଣି ପିଇବାକୁ କହିଥାନ୍ତି।

ଶରୀରରୁ ବାହାରିପାରୁ ନଥିବା ଜିନିଷ ଜମା ହୋଇ ରହିଲେ ତାହା କିଡ୍‌ନୀରେ ଷ୍ଟୋନ୍‌ ସୃଷ୍ଟି କରିଥାଏ। ତେଣୁ ଆପଣ ପାଣି ପିଇବାକୁ ଭୁଲନ୍ତୁ ନାହିଁ। ସବୁବେଳେ ଆପଣଙ୍କ ସାଙ୍ଗରେ ପାଣି ବଟଲ୍‌ ରଖନ୍ତୁ।

ଯଦି ଆପଣ ମଦ୍ୟପାନ କରୁଛନ୍ତି ତାହାଲେ ଏଥିରୁ ନିବୃତ ରୁହନ୍ତୁ।

ଖାଦ୍ୟରେ ଲୁଣର ମାତ୍ରା କମ୍‌ କରନ୍ତୁ

ଲୁଣ କେବଳ ରକ୍ତଚାପ ସମସ୍ୟା ଥିବା ରୋଗୀଙ୍କ ପାଇଁ ଖରାପ ନୁହେଁ, ଆମ ସମସ୍ତଙ୍କ ପାଇଁ ମଧ୍ୟ ଲୁଣ ବହୁତ ଖରାପ ହୋଇଥାଏ। ଯଦି ଆପଣ ଖାଦ୍ୟରେ ଅଧିକା ଲୁଣ ବ୍ୟବହାର କରୁଛନ୍ତି ତାହାଲେ ଏହାକୁ କମାନ୍ତୁ। ଖାଦ୍ୟରେ ଲୁଣର ମାତ୍ରା କମ୍‌ କରିଲେ ୟୁରିନ୍‌ରେ ସୋଡ଼ିୟମ୍‌ ମାତ୍ରା ମଧ୍ୟ ବଢ଼ି ଯାଇଥାଏ। ଏଥିପାଇଁ ଷ୍ଟୋନ୍‌ ହେବାର ଆଶଙ୍କା ମଧ୍ୟ ରହିଥାଏ।

ବହୁତ ଔଷଧ ଖାଇବା

ଡାକ୍ତରଙ୍କୁ ନ ପଚାରି ଭିଟାମିନ୍‌, କ୍ୟାଲ୍‌ସିୟମ୍‌ ଔଷଧ ଖାଇବା, ଜ୍ୱର ଥଣ୍ଡା ହେଲେ ଡାକ୍ତରଙ୍କ ପରାମର୍ଶ ନ ନେଇ ଔଷଧ ଖାଇବା ଦ୍ୱାରା ଷ୍ଟୋନ୍‌ ହେବାର ଆଶଙ୍କା ରହିଥାଏ।  ଏକାବେଳେ ବହୁତ ଔଷଧ ଖାଇବା ଠିକ୍‌ ନୁହେଁ। କ୍ୟାଲ୍‌ସିୟମ୍‌ ଏବଂ ଭିଟାମିନ୍‌ ଔଷଧ ଖାଇବା ବଦଳରେ ଆପଣ ପନିପରିବା ଏବଂ ଫଳମୂଳ ଖାଇବା ଭଲ।

ଆପଣ ଯେତେବଳେ ବି କିଛି ଔଷଧ ଖାଉଛନ୍ତି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଅଧିକ ମାଂସ ଖାଇବା

ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ଆମେ ମାଂସ ତ ଖାଇଥାଉ। କିନ୍ତୁ ଏହାକୁ ଅଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ। ଲାଲ୍‌ ମାଂସ, ସି-ଫୁଡ୍‌, ଅଣ୍ଡା ଇତ୍ୟାଦି ଖାଇବା ଦ୍ୱାରା ଶରୀରରେ ୟୁରିକ୍‌ ଏସିଡ୍‌ର ସ୍ତର  ବଢ଼ି ଯାଇଥାଏ। ଏଥିପାଇଁ କିଡ୍‌ନୀରେ ଷ୍ଟୋନ୍‌ ହେବାର  ଆଶଙ୍କା ରହିଥାଏ।



from Odisha Reporter http://bit.ly/2IouFof

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages