ପରିବେଶ ପ୍ରଦୂଷଣରୁ ସାରା ବିଶ୍ୱକୁ ରକ୍ଷା କରିବାକୁ ବାଲୁକା କଳାରେ ବାର୍ତ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 4, 2019

ପରିବେଶ ପ୍ରଦୂଷଣରୁ ସାରା ବିଶ୍ୱକୁ ରକ୍ଷା କରିବାକୁ ବାଲୁକା କଳାରେ ବାର୍ତ୍ତା

ପୁରୀ(ଓଡ଼ିଶା ରିପୋର୍ଟର): ପରିବେଶ ପ୍ରଦୂଷଣରୁ ସାରା ବିଶ୍ୱକୁ ରକ୍ଷା କରିବା ପାଇଁ ‌ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ଏକ ବାଲୁକା କଳା କରିଛନ୍ତି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସେ ଏହି ବାଳୁକା କଳା ତିଆରି କରିଛନ୍ତି। ଏଥର ବିଶ୍ୱ ପରିବେଶ ଦିବସର ଥିମ୍ ରହିଛି ‘ଏୟାର ପଲ୍ୟୁସନ୍’। ଏହି ଥିମ୍‌କୁ ଆଧାର କରି ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ମାନସ ଏହି ବାଲୁକା କଳା ତିଆରି କରିଛନ୍ତି।

ଏହି ବାଲୁକା କଳା ମାଧ୍ୟମରେ ସେ ଗଛ ଲଗାଇବା ପାଇଁ ସାରା ବିଶ୍ୱବାସୀଙ୍କୁ ନିବେଦନ କରିଛନ୍ତି। ୨୦ଫୁଟ୍ ଓସାର ବିଶିଷ୍ଟ ଏହି ବାଲୁକା କଳା ନିର୍ମାଣ ପାଇଁ ତାଙ୍କୁ ଓ ତାଙ୍କ ଛାତ୍ରଛାତ୍ରୀମାନଙ୍କୁ ପ୍ରାୟ ୮ଘଣ୍ଟା ଲାଗିଥିଲା।

ମାନସ କହିଛନ୍ତି,‘‘ଯଦି ଏବେଠାରୁ ଆମେ ଗଛ ଲଗାଇବା, ତା’ହେଲେ ଭବିଷ୍ୟତ ପାଇଁ ଏକ ଶୁଦ୍ଧ ପରିବେଶ ସୃଷ୍ଟି କରିପାରିବା। ସେହି ଉଦ୍ଦେଶ୍ୟରେ ଏହି ବାଲୁକା କଳାଟି ନିର୍ମାଣ କରାଯାଇଛି।”



from Odisha Reporter http://bit.ly/2IgQp42

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages