ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ରଜ। ମିଠା, ପିଠା ଓ ପାନର ମହକରେ ଗାଁଠାରୁ ସହର ଚଳଚଞ୍ଚଳ ହୋଇଉଠିଛି। ଦୋଳି ଓ ବାଗୁଡି ଖେଳରେ ମସଗୁଲ ହୋଇ ଧୁମଧାମ୍ରେ ଚାଲିଛି ରଜ ଉତ୍ସବ ପାଳନ।
ଗତକାଲି ରଜ ସଂକ୍ରାନ୍ତି ଅବସରରେ ଘରେ ଘରେ ପିଠାପଣା ମହକରେ ଚହଟି ଉଠିଥିଲା ସାରା ରାଜ୍ୟ। ନୂଆ ପୋଷାକ ସାଙ୍ଗକୁ ପାଦରେ ଅଳତା, ମଥାରେ କୁଙ୍କୁମର ଟିକା ଆଉ ହାତରେ ମେହେନ୍ଦି ସଜେଇ ଝିଅମାନେ ରଜ ଦୋଳି ପାଖରେ ଏକାଠି ହୋଇଛନ୍ତି।
from Odisha Reporter http://bit.ly/2XRYsei
No comments:
Post a Comment