ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 22, 2019

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ବରଗଡ଼ (ଦୀପକ ଶର୍ମା): ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଯାଉଛି। ଆଉ କିଛି ଦିନ ପରେ ଧାନ କିଣା ସରିବ। ତେବେ ଏବେ ବି ମଣ୍ଡିରେ ପଡ଼ି ରହିଛି ଶହ ଶହ ଧାନ ବସ୍ତା। ଆଉ ବର୍ଷାରେ ଭିଜି ନଷ୍ଟ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ଧାନ। ତେଣୁ ଚିନ୍ତାରେ ପଡ଼ିଛନ୍ତି ବରଗଡ଼ ଜିଲ୍ଲାର ଚାଷୀ ।

ଜିଲ୍ଲାର ଅତାବିରା, ବରଗଡ଼ ଓ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ମଣ୍ଡିରେ ଗତ ମେ’ ୧୦ ତାରିଖରୁ ରବି ଋତୁର ଧାନ ସଂଗ୍ରହ ପ୍ରକିୟା ଆରମ୍ଭ ହୋଇଥିଲା। ଜୁନ୍ ୨୫ ତାରିଖରେ ଧାନ କିଣା ପ୍ରକ୍ରିୟା ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି। ଧାର୍ଯ୍ୟ ଦିନ ଶେଷ ହେବାକୁ ଆଉ ଦୁଇ ଦିନ ବାକି ଥିବା ବେଳେ ଧାନ କିଣା ପ୍ରକ୍ରିୟା ଶେଷ ହୋଇ ନଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଅନ୍ୟପଟେ ବର୍ଷା ଯୋଗୁ ଧାନ ଗଜା ହୋଇଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଜଣେ ଚାଷୀ କହିଛନ୍ତି,“୨୦ ଦିନ ହେଲାଣି ଧାନ ଆଣି ମଣ୍ଡିରେ ରଖିଛି। ହେଲେ ଧାନ ଆଜି ଯାଏ ଉଠି ନାହିଁ। ଧାନ ଉଠାଇବା ପାଇଁ ମଣ୍ଡିରେ ଥିବା କର୍ମଚାରୀମାନଙ୍କୁ କହୁଛୁ। ହେଲେ କେହି ଶୁଣୁ ନାହାନ୍ତି।”

ରିପୋର୍ଟ ଅନୁସାରେ, ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫୨ଲକ୍ଷ ୨୪ହଜାର କୁଇଣ୍ଟାନ ଧାନ କିଣାଯାଇଛି। ଏବେବି ସାଢେ ତିନିଲକ୍ଷ କ୍ୱିଣ୍ଟାଲ ଧାନ ୟାର୍ଡରେ ପଡ଼ି ରହିଛି।

ଏନେଇ ଜିଲ୍ଲପାଳ କହିଛନ୍ତି,“ଚାଷୀଙ୍କ ସମସ୍ତ ଧାନ କିଣାଯିବ। ଓଦା ଧାନ ମଧ୍ୟ ବିନା ଦ୍ୱନ୍ଦ୍ୱରେ ଉଠାଯିବ।”

 



from Odisha Reporter http://bit.ly/2IZHlB0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages