ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଅତଳାଗଡ଼ାରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପ୍ରିତମ ରାଉତରାୟ। ସେ ଲକ୍ଷ୍ମୀସାଗର ଶବରସାହିରେ କିଛି ଦିନ ହେବ ରହୁଥିବା ସୂଚନା ମିଳିଛି।
ପୁଲିସ୍ ଘଟଣାର ଖୋଳତାଡ ଆରମ୍ଭ କରିଛି। ହତ୍ୟାକାରୀଙ୍କ ଫଟୋ ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ତାଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରୁନି। ସିସିଟିଭିରେ ଅଭିଯୁକ୍ତ ହାତରେ ମାରଣାସ୍ତ୍ର ଧରିଥିବା ଦେଖାଯାଉଛି। କେଉଁ କାରଣ ପାଇଁ ପ୍ରିତମଙ୍କୁ ହତ୍ୟା କରାଯାଇଛି ସେ ନେଇ ପ୍ରାଥମିକ ତଦନ୍ତରୁ ପୁଲିସ କିଛି ସୁରାକ ପାଇପାରି ନାହିଁ।
from Odisha Reporter http://bit.ly/2KyIWjz
No comments:
Post a Comment