ଲଖନପୁର (ନିଳେନ୍ଦ୍ର କୁମାର ଗଜେନ୍ଦ୍ର): ଝାରସୁଗୁଡ଼ା ଜିଲ୍ଲା ଲଖନପୁରରେ ଏକ କୋଇଲା ବୋଝେଇ ଟ୍ରକ୍ ଜଳି ଯାଇଛି। ଗତକାଲି ରାତି ପ୍ରାୟ ୧୦ଟା ବେଳେ ଟ୍ରକ୍ଟି ଏମ୍ସିଏଲ୍ ଖୋଲାମୁହଁ ଖଣି ଅଞ୍ଚଳରୁ କୋଇଲା ନେଇ ଯାଉଥିବା ସମୟରେ ଏଥିରେ ନିଆଁ ଲାଗି ଯାଇଥିଲା।
ନିଆଁ ଲାଗିବା ପରେ ଡ୍ରାଇଭର ଓ ହେଲ୍ପର ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ବିଳମ୍ବ ହୋଇସାରିଥିଲା। ଟ୍ରକ୍ଟି ସଂପୂର୍ଣ୍ଣ ଜଳି ଯାଇଛି।
ତେବେ ଟ୍ରକ୍ରେ କେମିତି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇପାରିନି।
from Odisha Reporter http://bit.ly/2WNn23e
No comments:
Post a Comment