ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ଖେଳା ଯାଇଥିବା ଏକ ରୋମାଞ୍ଚକର ମ୍ୟାଚ୍ରେ ପାକିସ୍ତାନ ୩ ୱିକେଟ୍ରେ ଆଫ୍ଗାନିସ୍ତାନକୁ ହରାଇଥିଲା। ଶେଷ ଓଭର (୪୯.୩)ରେ ଦଳ ବିଜୟ ହାସଲ କରିଥିବା ବେଳେ ମ୍ୟାଚ୍ ପରେ ପରେ ପଡ଼ିଆରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନ ଓ ଆଫ୍ଗାନିସ୍ତାନର ସମର୍ଥକମାନେ ପଡ଼ିଆ ମଝିରେ ମାରପିଟ୍ ହୋଇଯାଇଥିଲେ। ଏପରିକି ଆଫଗାନିସ୍ତାନ ସମର୍ଥକମାନେ ଫ୍ୟାଭିଲିୟନକୁ ଫେରୁଥିବା ପାକିସ୍ତାନର ଦୁଇ ବ୍ୟାଟ୍ସମ୍ୟାନଙ୍କୁ ମାରପିଟ୍ କରିଥିଲେ। ସେହିପରି ପାକିସ୍ତାନ ପ୍ରଶଂସକଙ୍କ ମାଡ଼ରେ ଆଫଗାନିସ୍ତାନର ଜଣେ ଖେଳାଳି ଆହତ ହୋଇଛନ୍ତି। ତାଙ୍କ ବେକରେ ଆଘାତ ଲାଗିଛି। ଏ ଘଟଣାର ଏକ ଫଟୋ ଭାଇରାଲ୍ ହେଉଛି, ଯେଉଁଥିରେ ଆଇସିସିର ଜଣେ ସୁରକ୍ଷାକର୍ମୀ ଜଣେ ସମର୍ଥକଙ୍କୁ କାବୁ କରି ନେଇଛନ୍ତି।
ଅନ୍ୟପକ୍ଷରେ ଗତକାଲି ଷ୍ଟାଡିୟମ୍ରେ ମଧ୍ୟ ଦୁଇ ଦେଶର ସମର୍ଥକଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ବୋତଲ ଓ ଚୌକି ଆଦି ଫୋପାଡ଼ି ଥିଲେ। ତା’ସହିତ ସେମାନେ ମୁଥା ମରାମରି ହୋଇଥିଲେ।
ଷ୍ଟାଡିୟମ ବାହାରେ ବି ଦୁଇ ଦେଶର ସମର୍ଥକଙ୍କ ମଧ୍ୟରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା।
from Odisha Reporter https://ift.tt/2JbUd78
No comments:
Post a Comment