ଡାକ୍ତରଙ୍କ ମଧ୍ୟରେ ତାଳମେଳର ଅଭାବ, ଚାଲିଗଲା ନବଜାତ ଶିଶୁର ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 19, 2019

ଡାକ୍ତରଙ୍କ ମଧ୍ୟରେ ତାଳମେଳର ଅଭାବ, ଚାଲିଗଲା ନବଜାତ ଶିଶୁର ଜୀବନ

ଲକ୍ଷ୍ନୌ: ଡାକ୍ତରଖାନାରେ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଚାଲିଯାଇଛି ଏକ ନବଜାତ ଶିଶୁର ଜୀବନ। ବାପା ମାଆ କାନ୍ଧରେ ଥିବା ବେଳେ ନବଜାତ ଶିଶୁର ମୃତ୍ୟୁ ହୋଇଛି। ପଶ୍ଚିମ ଉତ୍ତର ପ୍ରଦେଶର ବରେଲିରେ ଥିବା ସରକାରୀ ହସ୍ପିଟାଲରେ ବୁଧବାର ଦିନ ଏଭଳି ଅଭାବନୀୟ ଘଟଣା ଘଟିଛି। ଉତ୍ତର ପ୍ରଦେଶ ସରକାର ଗୋଟିଏ ବିଭାଗର ଜଣେ ଡାକ୍ତର ଏବଂ ଅନ୍ୟ ବିଭାଗର ଦାୟିତ୍ୱରେ ଥିବା ଡାକ୍ତରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଜୁନ ୧୫ ତାରିଖରେ ବରେଲିର ଏକ ଘରୋଇ ହସ୍ପିଟାଲରେ ଶିଶୁକନ୍ୟାଟିର ଜନ୍ମ ହୋଇଥିଲା। ପରିବାର ଲୋକେ ନବଜାତ ଶିଶୁର ନାମ ଉର୍ବଶୀ ଦେଇଥିଲେ। ବୁଧବାର ସକାଳେ ନବଜାତ ଶିଶୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲା। ଏହାପରେ ପରିବାର ଲୋକେ ବରେଲି ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ।

ଏହାପରେ ହସ୍ପିଟାଲର ପୁରୁଷ ବିଭାଗର ଦାୟିତ୍ୱରେ ଥିବା ଡାକ୍ତର ଚିକିତ୍ସା କରିବା ପରିବର୍ତ୍ତେ ମହିଳା ବିଭାଗକୁ ଯିବା ପାଇଁ କହିଥିଲେ। ଏହାପରେ ନବଜାତର ବାପା ମା ମହିଳା ବିଭାଗକୁ ଝିଅକୁ ନେଇଥିଲେ। ହେଲେ ମହିଳା ବିଭାଗର ଡାକ୍ତର କହିଥିଲେ ବେଡ୍ ନାହିଁ, ତେଣୁ ପୁରୁଷ ବିଭାଗକୁ ନେଇ ଯାଅ।

ପାଖାପାଖି ୩ରୁ ୪ ଘଣ୍ଟା ପରେ ବାଧ୍ୟ ହୋଇ ପରିବାର ଲୋକେ ଝିଅକୁ ଘରକୁ ନେଇଯାଉଥିଲେ ହେଲେ ହସ୍ପିଟାଲର ସିଡ଼ିରେ ଉର୍ବଶୀର ମୃତ୍ୟୁ ହୋଇଯାଇଥିବା ତା’ର ଜେଜେମା କୁସୁମ ଦେବୀ କହିଛନ୍ତି।

ଏହାପରେ ପୁରୁଷ ବିଭାଗର ଦାୟିତ୍ୱରେ ଥିବା ଡାକ୍ତର କମଲେନ୍ଦ୍ର ସ୍ୱରୂପ ଗୁପ୍ତା ଏବଂ ମହିଳା ବିଭାଗର ଦାୟିତ୍ୱରେ ଥିବା ଡାକ୍ତର ଅଳକା ଶର୍ମା ପରସ୍ପର ଉପରେ ଦୋଷାରୋପ କରିଛନ୍ତି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣା ବାବଦରେ ଅବଗତ ହେବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୁରୁଷ ବିଭାଗରେ ବେଡ୍ ଖାଲି ପଡ଼ିଥିବା ବେଳେ ଗୋଟିଏ ନବଜାତ ଶିଶୁର ତୁରନ୍ତ ଚିକିତ୍ସା କରିବା ପରିବର୍ତ୍ତେ ମହିଳା ବିଭାଗକୁ ପଠାଇବା ଘଟଣାରେ ମୁଖ୍ୟମନ୍ତ୍ରୀ। ଟ୍ୱିଟ୍ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ପରେ ପୁରୁଷ ବିଭାଗର ଦାୟିତ୍ୱରେ ଥିବା ଡାକ୍ତର କମଲେନ୍ଦ୍ର ସ୍ୱରୂପ ଗୁପ୍ତାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ମହିଳା ବିଭାଗର ଦାୟିତ୍ୱରେ ଥିବା ଡାକ୍ତର ଅଳକା ଶର୍ମାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।

ତେବେ ଉର୍ବଶୀର ମୃତ୍ୟୁ ପାଇଁ ରାଜ୍ୟ ସରକାର ଏକ ବିବୃତି ଜାରି କରିଛନ୍ତି ଯେଉଁଥିରେ ନବଜାତର ମୃତ୍ୟୁ ପାଇଁ ଡାକ୍ତରଙ୍କ ଦାୟିତ୍ୱହୀନତା ଓ କର୍ମଚାରୀଙ୍କ ଅଭାବକୁ  ଦାୟୀ ବୋଲି କୁହାଯାଇଛି।



from Odisha Reporter http://bit.ly/31G5Rzy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages