ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍ରେ ଗତକାଲି ଭାରତୀୟ ପେସ୍ ବୋଲର ମହମ୍ମଦ ଶାମି ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଥିଲେ। ଆଉ ପ୍ରଥମ ମ୍ୟାଚ୍ରେ ହିଁ ସେ ଏକ ରେକର୍ଡ ହାସଲ କରିଛନ୍ତି। ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ଯିଏ ବିଶ୍ୱକପ୍ରେ ହ୍ୟାଟ୍-ଟ୍ରିକ୍ ଅର୍ଜନ କରିଛନ୍ତି।
ପ୍ରଥମ ଭାରତୀୟ ଭାବେ ଚେତନ ଶର୍ମା ବିଶ୍ୱକପ୍ରେ ହ୍ୟାଟ୍-ଟ୍ରିକ୍ ଅର୍ଜନ କରିଥିଲେ। ୧୯୮୭ ବିଶ୍ୱକପ୍ର ଶେଷ ଲିଗ୍ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେ ଏହି ରେକର୍ଡ କରିଥିଲେ। ବିଶ୍ୱକପ୍ ଇତିହାସରେ ମଧ୍ୟ ଏହା ହେଉଛି ପ୍ରଥମ ହ୍ୟାଟ୍-ଟ୍ରିକ୍। ତେବେ ତାଙ୍କ ପରେ ଆଠ ଜଣ ଖେଳାଳିଙ୍କୁ ଏହି ସଫଳତା ମିଳିଥିବା ବେଳେ କୌଣସି ଭାରତୀୟ ଏ ସଫଳତା ଅର୍ଜନ କରି ପାରି ନଥିଲେ। ଆଉ ୩୨ ବର୍ଷ ପରେ ଗତକାଲି ଦ୍ୱିତୀୟ ଭାରତୀୟ ଭାବେ ଶାମି ଏହି କ୍ଲବ୍ରେ ସାମିଲ ହୋଇଛନ୍ତି।
ଗତକାଲି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ର ଶେଷ ଓଭରରେ ଶାମି ହ୍ୟାଟ୍-ଟ୍ରିକ୍ ଅର୍ଜନ କରିବା ସହିତ ଭାରତକୁ ବିଜୟୀ କରାଇଥିଲେ। ସେ ଗତକାଲି ୪୦ ରନ୍ ଦେଇ ୪ଟି ୱିକେଟ୍ ହାସଲ କରିଥିଲେ। ସେ ଆଫଗାନିସ୍ତାନ ଓପ୍ନର ହଜରତୁଲ୍ଲା ଜାଜାଇ (୧୦)ଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ପରେ ସେ ତାଙ୍କର ଶେଷ ଓଭରରେ ମହମ୍ମଦ ନବି (୫୨), ଅଫ୍ତାବ ଆଲମ୍ (୦) ଓ ମୁଜୀବ ଉର୍ ରହମାନ୍ (୦)ଙ୍କୁ ଆଉଟ୍ କରି ହ୍ୟାଟ୍-ଟ୍ରିକ୍ ଅର୍ଜନ କରିଥିଲେ।
ଶାମି ଚଳିତ ବିଶ୍ୱକପ୍ରେ ପ୍ରଥମ ଚାରୋଟି ମ୍ୟାଚ୍ ଖେଳି ପାରି ନଥିଲେ। ଭୁବନେଶ୍ୱର କୁମାର ଆହତ ହେବା ପରେ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।
ଗତକାଲି ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୨୨୫ ରନ୍ କରିଥିବା ବେଳେ ଆଫ୍ଗାନିସ୍ତାନ ୨୧୩ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ମ୍ୟାଚ୍ଟି ପୂରା ସଂଘର୍ଷପୂର୍ଣ୍ଣ ଥିଲା।
from Odisha Reporter http://bit.ly/2ZEnVbr
No comments:
Post a Comment