ବିଗ୍‌ ବି ଟ୍ୱିଟର୍‌ରେ ଶେଆର କଲେ କବିତା: ନିଜର କହି ୩୨ ଟଙ୍କା ଦାବି କଲେ ଅନ୍ୟ ଜଣେ କବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 23, 2019

ବିଗ୍‌ ବି ଟ୍ୱିଟର୍‌ରେ ଶେଆର କଲେ କବିତା: ନିଜର କହି ୩୨ ଟଙ୍କା ଦାବି କଲେ ଅନ୍ୟ ଜଣେ କବି

(ମୁମ୍ବାଇ): ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି। ଟ୍ୱିଟର୍‌ରେ ସେ ସବୁବେଳେ ନିଜର ପୁରୁଣା ଫଟୋ ଓ କବିତା ଶେଆର କରନ୍ତି। ନିକଟରେ ଅମିତାଭ ନିଜ ଟ୍ୱିଟର୍‌ ହାଣ୍ଡେଲ୍‌ରେ ଏକ କବିତା ପୋଷ୍ଟ କରିଛନ୍ତି। ଯାହାକୁ କି ଜଣେ କବି ନିଜର କହି ୩୨ ଟଙ୍କା ଦେବାକୁ ଦାବି କରିଛନ୍ତି।

ଅମିତାଭ ନିଜ ଟ୍ୱିଟର୍‌ରେ ହିନ୍ଦୀ ଭାଷାର ପରିଚୟ ଦେଇ କିଛି ପଂକ୍ତି ବଖାଣିଛନ୍ତି। ପ୍ରବୁଦ୍ଧ ସୌରଭ ଏହାର ଏକ ସ୍କ୍ରିନ୍‌ ସଟ୍‌ ଶେଆର କରି ଏହାକୁ ନିଜର କବିତା ବୋଲି କହିଛନ୍ତି। ସେ ନିଜ ପୋଷ୍ଟରେ କଟାକ୍ଷ କରିବା ଢଙ୍ଗରେ ଲେଖିଛନ୍ତି, ’୩୨ ରୂପୟେ ତୋ ଅପନେ ଭି ବନତେ ହୈ ଗୁରୁ’। ଏହି ପୋଷ୍ଟରେ ସେ ବିଗ୍‌ ବିଙ୍କ ସହ କୁମାର ବିଶ୍ୱାସଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି।

୩୨ ଟଙ୍କା ଦାବି କରିବା ଓ କୁମାର ବିଶ୍ୱାସଙ୍କୁ ଟ୍ୟାଗ୍‌ କରିବା ପଛର ରହସ୍ୟଟି ହେଉଛି, ୨୦୧୭ ମସିହାରେ ଅମିତାଭ ବଚ୍ଚନଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କର ଏକ କବିତା ‘ନିଡ୍‌ କା ନିର୍ମାଣ’ ଗୀତ ଓ ଏହାର ଭିଡିଓକୁ କୁମାର ବିଶ୍ୱାସ ଶ୍ରଦ୍ଧାଞ୍ଜଳି ସ୍ୱରୂପ ୟୁଟ୍ୟୁବ୍‌ରେ ଅପଲୋଡ଼ କରିଥିଲେ। ଏଥିରେ ସେ ହରିବଂଶ ରାୟଙ୍କୁ କ୍ରେଡିଟ୍‌ ମଧ୍ୟ ଦେଇଥିଲେ।

ହେଲେ ବିଗ୍‌ ବି ଅଭିଯୋଗ କରିଥିଲେ ଯେ କୁମାର ବିଶ୍ୱାସ, ତାଙ୍କ ପିତାଙ୍କ କବିତାକୁ ବ୍ୟବହାର କରି କପିରାଇଟ୍‌ ନିୟମର ଉଲଙ୍ଘନ କରିଛନ୍ତି। ଅମିତାଭ ଏକ ଲିଗାଲ ନୋଟିସ୍‌ ଜାରି କରି ଦାବି କରିଥିଲେ ଯେ ସେ ଏହି ଭିଡିଓ ଏବଂ ଅଡିଓକୁ ଡିଲିଟ୍‌ କରନ୍ତୁ ଓ ଏଥିରୁ ଆୟ କରିଥିବା ସମସ୍ତ ଟଙ୍କା ଫେରାନ୍ତୁ।ଏହାପରେ କୁମାର ବିଶ୍ୱାସ ଟ୍ୱିଟ୍‌ କରି ବଚ୍ଚନଙ୍କୁ କହିଥିଲେ, ‘ସମସ୍ତ କବିଙ୍କଠୁ ମୋତେ ଏହି କବିତା ପାଇଁ ପ୍ରଶଂସା ମିଳିଥିଲା, କିନ୍ତୁ ଆପଣଙ୍କ ତରଫରୁ ଲିଗାଲ୍‌ ନୋଟିସ୍ ମିଳିଲା।

ମୁଁ ଶ୍ରଦ୍ଧାଞ୍ଜଳି ପୂର୍ବକ ଏହି  ଭିଡିଓ ଡିଲିଟ୍‌ କରୁଛି ଓ ଏଥି ସହ ଆପଣ ମାଗିବାରୁ ୩୨ ଟଙ୍କା ପଠାଉଛି। ଯାହାକି ଏଥିରୁ ଆୟ ହୋଇଥିଲା, ପ୍ରଣାମ।‘ ହେଲେ ବର୍ତ୍ତମାନ ଦୁହିଁଙ୍କ ଭିତରେ ମାମଲା ସବୁକିଛି ଠିକ୍‌ ହୋଇଗଲାଣି। ଉଭୟ ପରସ୍ପରଙ୍କୁ ଟ୍ୱିଟର୍‌ରେ ଫଲୋ ମଧ୍ୟ କରୁଛନ୍ତି।



from Odisha Reporter http://bit.ly/2X1yx2q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages