ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଇନିଜ୍ ବାସ୍ତୁଶାସ୍ତ୍ର ଫେଙ୍ଗସୁଇରେ ଏପରି ଅନେକ ଜିନିଷ ରହିଛି ଯାହାକୁ ଘରେ ଓ ଦୋକାନରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଓ ସକରାତ୍ମକ ଶକ୍ତିର ପ୍ରବାହକୁ ବଢ଼ାଇବା ପାଇଁ ଗାଈ ଶୁଭ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ଗାଈର ମହତ୍ତ୍ୱ ଯେପରି, ପେଙ୍ଗସୁଇରେ ମଧ୍ୟ ଠିକ୍ ସେହିପରି। ଆସନ୍ତୁ ଜାଣିବା ଫେଙ୍ଗସୁଇର ଗାଈ ଘରେ ରଖିଲେ କ’ଣ ଫଳ ମିଳେ।
୧) ଫେଙ୍ଗସୁଇ ଅନୁଯାୟୀ, ଗାଈର ପ୍ରତୀକ ଅଫିସ୍ କିମ୍ବା ଘରେ ସ୍ଥାପିତ କଲେ ଅତ୍ୟନ୍ତ ଶୁଭପଳ ପ୍ରାପ୍ତ ହୁଏ। ପରିବାରର ସଦସ୍ୟଙ୍କୁ ସୌଭାଗ୍ୟ ପ୍ରାପ୍ତି ହୁଏ।
୨) ବାଛୁରୀକୁ କ୍ଷୀର ପିଆଉଥିବା ଗାଈର ପ୍ରତୀକ ରଖିଲେ ଆପଣଙ୍କୁ ଯୋଗ୍ୟ ସନ୍ତାନ ପ୍ରାପ୍ତି ହେବ। ଏଥିସହ ଆପଣଙ୍କ ସନ୍ତାନକୁ କେବେ ହେଲେ ଧନଭାବ ହେବନାହିଁ।
୩) ଯଦି ପିଲାଙ୍କର ପାଠପଢ଼ାରେ ମନ ଲାଗୁ ନାହିଁ, ତେବେ ପିଲାଙ୍କ ଷ୍ଚଡି ଟେବୁଲ୍ରେ ଏହି ଗାଈକୁ ରଖନ୍ତୁ। ଏହାଦ୍ୱାରା ସେମାନଙ୍କର ପାଠ ପ୍ରତି ଏକାଗ୍ରତା ବଢ଼ିବ।
୪) ଫେଙ୍ଗସୁଇ ଗାଈକୁ ଘରର ଦକ୍ଷିଣ-ପୂର୍ବ ଦିଗରେ ରଖିଲେ ଆପଣଙ୍କ କଠିନ ସମୟରେ ଆପଣଙ୍କୁ ସାହସ ମିଳିଥାଏ। ଏହା ଆପଣଙ୍କ ଆତ୍ମବିଶ୍ୱାସକୁ କେବେ କମ୍ ହେବାକୁ ଦେଇନଥାଏ।
୫) ଫେଙ୍ଗସୁଇ ଗାଈକୁ ଘରେ ରଖିବାଦ୍ୱାରା ଘରେ କେବେହେଲେ କୌଣସି ପ୍ରକାରର ଅଭାବ ଅନଟନ ଦେଖାଯାଏ ନାହିଁ। ବିଶେଷ କରି କଏନ୍ ଗଦି ଉପରେ ବସିଥିବା ଗାଈ ରଖିଲେ ଘରେ ଧନବୃଦ୍ଧି ହୋଇଥାଏ।
from Odisha Reporter http://bit.ly/2x6lSki
No comments:
Post a Comment