ଜୟପୁର: ବିଭିନ୍ନ ମୋବାଇଲ ଗେମ୍ ମାୟାରେ ପିଲାମାନେ ପଡିଯାଉଥିବା ବେଳେ ତାଙ୍କୁ ନିୟନ୍ତ୍ରଣକୁ ଆଣିବା ବାପାମା’ଙ୍କ ଲାଗି କାଠିକର ପାଠ ହୋଇଯାଉଛି। ବହୁ ସମୟରେ ପିଲାଙ୍କୁ ଏପରି ମୋବାଇଲ ନିଶା ଘାରି ଯାଉଛି ଯେ, ସେମାନେ ଆତ୍ମହତ୍ୟା କରିବାକୁ ପଛାଉ ନାହାନ୍ତି। ବ୍ଲୁ ହ୍ୱେଲ ପରି ଗେମ୍ ମାୟାରେ ପଡି ପୂର୍ବରୁ ଅକାଳରେ ବହୁ ଜୀବନ ଚାଲିଯାଇଥିବା ବେଳେ ପୁଣି ଏପରି ଘଟଣା ଘଟିଛି ରାଜସ୍ଥାନର କୋଟାରେ।
ଏଠାରେ ଜଣେ ୧୨ ବର୍ଷୀୟ ବାଳକ ମୋବାଇଲ ଗେମ୍ ଖେଳୁ ଖେଳୁ ବାଥରୁମ୍ରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲା ମୃତଦେହ ଉଦ୍ଧାର ବେଳକୁ ପିଲାଟି ବେକରେ ମଙ୍ଗଳସୂତ୍ର ଏବଂ ହାତରେ ଚୁଡି ପିନ୍ଧି ରଶି ଲଗାଇଥିବାର ଦେଖିବାକୁ ମିଳିଥିଲା।
ଦୀର୍ଘ ସମୟ ଧରି ଯେତେବେଳେ ପିଲାଟି ଘର ବାଥରୁମ୍ରୁ ନ ବାହାରିଲା ପରିବାର ଲୋକେ କବାଟ ବାଡେଇଲେ। ହେଲେ ପିଲାଟି କବାଟ ନଖୋଲିବାରୁ କବାଟ ଭାଙ୍ଗି ଯାହା ଦେଖିଲେ ନିଜକୁ ବିଶ୍ୱାସ କରି ପାରିଲେ ନାହିଁ। ବାଥରୁମ୍ରେ ପିଲାର ମୃତଦେହ ପଡିଥିବା ଦେଖି ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଲେ। ଆଶ୍ଚର୍ଯ୍ୟର କଥା ହେଉଛି ପିଲାଟି ବେକରେ ମଙ୍ଗଳସୂତ୍ର ଏବଂ ହାତରେ ଚୁଡି ପିନ୍ଧି ରଶି ଲଗାଇଥିବାର ଦେଖିବାକୁ ମିଳିଥିଲା।
ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ପିଲାଟି ମୋବାଇଲରେ ନିୟମିତ ଭାବେ କିଛି ଗେମ୍ ଖେଳୁଥିଲା ଏବଂ ଏହି ଗେମ୍ ଯୋଗୁଁ ହିଁ ସେ ନିଜର ଜୀବନ ଦେଇଥିବା ସନ୍ଦେହ କରାଯାଉଛି । ତେବେ ଏଭଳି ଘଟଣା କୋଟାରେ ପ୍ରଥମ ।
ସେପଟେ ପୁଲିସ୍ର କହିବା ଅନୁଯାୟୀ, ପିଲାଟି ଅନ୍ଲାଇନ୍ ଗେମ୍ ଖେଳୁଥିଲା । କିନ୍ତୁ ସେ କେଉଁ ଗେମ୍ ଖେଳୁଥିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୁଲିସ୍ ତଦନ୍ତ ଜାରିରଖିଛି। ଏପରି ଖବର ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଅଭିଭାବକମାନେ ନିଜ ପିଲାଙ୍କ ସୁରକ୍ଷା ନେଇ ଚିନ୍ତାରେ ପଡି ଯାଇଛନ୍ତି।
from Odisha Reporter http://bit.ly/2X1669F
No comments:
Post a Comment