ଟିମ୍‌ ଇଣ୍ଡିଆକୁ ପୁଣି ବଡ଼ ଝଟକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 16, 2019

ଟିମ୍‌ ଇଣ୍ଡିଆକୁ ପୁଣି ବଡ଼ ଝଟକା

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ପୁଣି ପାକିସ୍ତାନକୁ ପରାସ୍ତ କରିଛି ଭାରତ। ଗତକାଲି ଦଳ ସପ୍ତମ ଥର ପାଇଁ ପାକିସ୍ତାନକୁ ହରାଇଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଭାରତ ୮୯ ରନ୍‌ରେ ବିଜୟୀ ହୋଇଥିଲା। କିନ୍ତୁ ଏହି ଖୁସି ଖବର ସହିତ ଏକ ଖରାପ ଖବର ବି ଆସିଛି। ଟିମ୍ ଇଣ୍ଡିଆର ମୁଖ୍ୟ ପେସ୍ ବୋଲର ଭୁବନେଶ୍ୱର କୁମାର ପରବର୍ତ୍ତୀ ଦୁଇ ତିନୋଟି ମ୍ୟାଚ୍ ଖେଳି ନପାରନ୍ତି। ଗତକାଲି ମ୍ୟାଚ୍ ବେଳେ ସେ ଆହତ ହୋଇଛନ୍ତି। ତାଙ୍କର ଗୋଟିଏ ଜଙ୍ଘର ମାଂସପେଶୀରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।

ଗତକାଲି ମ୍ୟାଚ୍ ପରେ ବିରାଟ କୋହଲି କହିଥିଲେ,“ଭୁବନେଶ୍ୱର କୁମାର ଏବେ ସମସ୍ୟାରେ ଅଛନ୍ତି। ତାଙ୍କ ମାଂସପେଶୀରେ ଆଘାତ ଲାଗିଛି। ଲାଗୁଛି, ସେ ପରବର୍ତ୍ତୀ ଦୁଇ ତିନୋଟି ମ୍ୟାଚ୍‌ ଖେଳି ପାରିବେ ନାହିଁ। କିନ୍ତୁ ଆମେ ଆଶା କରୁଛୁ ସେ ଶୀଘ୍ର ସୁସ୍ଥ ହୋଇ ଟିମ୍‌କୁ ଫେରିବେ।”

ବିରାଟ ଆହୁରି କହିଥିଲେ,“ଭୁବନେଶ୍ୱର ଟିମ୍‌ର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ତେବେ ଏବେ ଉପୁଜିଥିବା ସ୍ଥିତିକୁ ନେଇ ଆମେ ମାତ୍ରାଧିକ ଚିନ୍ତିତ ନାହୁଁ। କାରଣ ତାଙ୍କର ବିକଳ୍ପ ଭାବେ ମହମ୍ମଦ ଶାମି ଆମ ପାଖରେ ଅଛନ୍ତି।”

ବିରାଟଙ୍କ ମନ୍ତବ୍ୟରୁ ଜଣାପଡ଼ୁଛି, ଜୁନ୍ ୨୨ରେ ଆଫ୍‌ଗାନିସ୍ତାନ ବିପକ୍ଷ ମ୍ୟାଚ୍ ସହିତ ୨୭ ଓ ୩୦ ତାରିଖରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଭୁବନେଶ୍ୱର କୁମାର ଖେଳି ନ ପାରନ୍ତି।

ଗତକାଲି ପାକିସ୍ତାନ ଇନିଂସର ପଞ୍ଚମ ଓଭରର ଚତୁର୍ଥ ବଲ୍‌ ପକାଉଥିବା ବେଳେ ଭୁବନେଶ୍ୱର କୁମାରଙ୍କ ଫ୍ରଣ୍ଟଫୁଟ୍ ଖସି ଯାଇଥିଲା। ଏହା ପରେ ସେ ଗ୍ରାଉଣ୍ଡ ଛାଡ଼ିଥିଲେ ଓ ଆଉ ବୋଲିଂ କରିବାକୁ ଆସି ନଥିଲେ।

ସୂଚନାଯୋଗ୍ୟ, ବିଶ୍ୱକପ୍‌ରେ ଏହା ଭାରତକୁ ଦ୍ୱିତୀୟ ଝଟକା। କାରଣ ଓପନର ଶିଖର ଧୱନ ମଧ୍ୟ ଆହତ ହୋଇଛନ୍ତି। ସେଥିପାଇଁ ସେ ଟିମ୍‌ରୁ ବାହାରେ ଅଛନ୍ତି। ସେ କେଉଁ ମ୍ୟାଚ୍‌ରେ କମ୍‌ବ୍ୟାକ୍ କରିବେ, ସେ ନେଇ କିଛି ଜଣାପଡ଼ିନି। ତାଙ୍କର ବ୍ୟାକ୍‌ଅପ୍ ଭାବେ ବିସିସିଆଇ ଋଷଭ ପନ୍ତଙ୍କୁ ଇଂଲଣ୍ଡ ପଠାଇଛି।



from Odisha Reporter http://bit.ly/2ZzGKwF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages