ଅସହ୍ୟ ଗରମକୁ ନେଇ ଟ୍ୱିଟ୍‌ କଲେ ବିଗ୍‌ ବି, କହିଲେ ଏମିତି.. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 3, 2019

ଅସହ୍ୟ ଗରମକୁ ନେଇ ଟ୍ୱିଟ୍‌ କଲେ ବିଗ୍‌ ବି, କହିଲେ ଏମିତି..

ମୁମ୍ବାଇ: ଆଜିକାଲି ହେଉଥିବା ଗରମ ସମସ୍ତଙ୍କ ହାଲ୍‌ ବେହାଲ୍‌ କରି ଦେଇଛି। କେବଳ ସାଧାରଣ ଲୋକ ନୁହଁନ୍ତି ସେଲିବ୍ରିଟିମାନେ ମଧ୍ୟ ଏହି ଗରମ ଯୋଗୁ ବହୁତ ଚିନ୍ତିତ ଅଛନ୍ତି। ଏହି ଗରମକୁ ନେଇ ବଲିଉଡ୍‌ର ମହାନାୟନ ଅମିତାଭ୍‌ ବଚ୍ଚନ ଏକ ଟ୍ୱିଟ୍‌ କରିଛନ୍ତି। ସେ ଗରମକୁ ନେଇ ଏକ ମଜାଳିଆ ଟ୍ୱିଟ୍‌ କରିଛନ୍ତି। ଆଉ ଲେଖିଛନ୍ତି, ‘ଗରମ ଯୋଗୁ ଏପରି ପରିସ୍ଥିତି ହେଉଛି ଯେ, ଆଜିକାଲି ‘ତର୍ଜୁବା’କୁ ତରଭୁଜ୍‌ ଲେଖାଯାଇଥିବାର ଦେଖାଯାଉଛି’। ହିନ୍ଦୀ  ଶବ୍ଦ ‘ତର୍ଜୁବା’ର ଅର୍ଥ ‘ଅଭିଜ୍ଞତା’ ଆଉ ‘ତରଭୁଜ୍‌’ର ଅର୍ଥ ତ ଆପଣ ଜାଣିଥିବେ। ଆମେ ଓଡ଼ିଆରେ ମଧ୍ୟ ‘ତରଭୁଜ’କୁ ‘ତରଭୁଜ’ ହିଁ କହିଥାଉ।

ଏହି ଟ୍ୱିଟ୍‌ କରି ଅମିତାଭ୍‌ ତରଭୁଜର ଇମୋଜି ଦେବା ସହ ତାଙ୍କର ଏକ ବିଗତ ଦିନର ଫଟୋ ମଧ୍ୟ ଶେଆର୍‌ କରିଛନ୍ତି। ଜୁନ୍‌ ମାସରେ ଗରମ ଏତେ ବଢ଼ି ଯାଇଛି ଯେ, ରାଜସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀରେ ପହଞ୍ଚିସାରିଲାଣି।

ଅନ୍ୟପକ୍ଷରେ ବିଗ୍‌ବିଙ୍କ ଫିଲ୍ମ ବିଷୟରେ କହିବା ଯଦି ୨୦୨୦ରେ ଆୟାନ୍‌ ମୁଖାର୍ଜିଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ତାଙ୍କୁ ଦେଖିପାରିବେ। ଏହି ଫିଲ୍ମରେ ଆଲିୟା ଭଟ୍ଟ, ରଣବୀର୍‌ କପୁର୍‌ ମଧ୍ୟ ଅଭିନୟ କରୁଛନ୍ତି।



from Odisha Reporter http://bit.ly/2wAUPgF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages